Image Courtesy of India Today
ଗୌହାଟି: ଆଜି ଆସାମର ତାମୁଲପୁରରେ ଏକ ନିର୍ବାଚନ ସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ହଠାତ୍ ଅଟକି ଯାଇ ଅଚେତ ହୋଇ ପଡ଼ିଥିବା ଜଣେ ବିଜେପି କର୍ମୀଙ୍କ ଚିକିତ୍ସା କରିବା ପାଇଁ ତାଙ୍କ ସହ ଆସିଥିବା ମେଡିକାଲ୍ ଟିମ୍ଙ୍କୁ ନିର୍ଦେଶ ଦେଇଥିଲେ। ଗରମ ଯୋଗୁଁ ପ୍ରବଳ ଝାଳ ବୋହିବା କାରଣରୁ ସମ୍ପୃକ୍ତ କର୍ମୀଜଣକ ଅଚେତ ହୋଇପଡ଼ିଥିଲେ ବୋଲି କୁହାଯାଉଛି।
ଏହା ଦେଖି ପ୍ରଧାନମନ୍ତ୍ରୀ କହିଲେ, ‘ପିଏମ୍ଓ ମେଡିକାଲ୍ ଟିମ୍’, ଦୟାପୂର୍ବକ ଯାଇ ଜଳହୀନତା ଯୋଗୁଁ ଯେଉଁ କର୍ମୀଜଣଙ୍କ ଅସୁସ୍ଥ ହୋଇପଡ଼ିଛନ୍ତି ତାଙ୍କର ଚିକିତ୍ସା କରନ୍ତୁ। ମୋ ସହ ଆସିଥିବା ଡାକ୍ତରମାନେ ଦୟାକରି ତୁରନ୍ତ ତାଙ୍କୁ ସାହାଯ୍ୟ କରନ୍ତୁ।
Image Courtesy of Scroll.inନିୟମାନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହ ଏକ ଚାରିଜଣିଆ ସଦସ୍ୟବିଶିଷ୍ଟ ଡାକ୍ତରୀ ବିଶେଷଜ୍ଞ ଦଳ ଯାଆନ୍ତି। ଏଥିରେ ଜଣେ ବ୍ୟକ୍ତିଗତ ଡାକ୍ତର, ଜଣେ ପାରାମେଡିକ୍, ଜଣେ ସର୍ଜନ୍ ଏବଂ ଜଣେ କ୍ରିଟିକାଲ୍ କେୟାର୍ ସ୍ପେସାଲିଷ୍ଟ୍ ଥାଆନ୍ତି।
ଆଜି ତାମୁଲପୁରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଥିବା ଦଳମାନଙ୍କୁ ସାମ୍ପ୍ରଦାୟିକ କୁହାଯାଉଛି। ଆଉ ଯେଉଁମାନେ ଭୋଟ୍ ବ୍ୟାଙ୍କ୍ ପାଇଁ କାମ କରୁଛନ୍ତି ସେମାନଙ୍କୁ ଧର୍ମନିରପେକ୍ଷ ବୋଲି କୁହାଯାଉଛି।
ପୂର୍ଣ୍ଣରୂପେ ‘ଆସାମ ଆକର୍ଡ’ ପ୍ରଣୟନ ନିମନ୍ତେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
Follow Us