ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ, ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ରୋଡ ସୋ’ 

Advertisment
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ, ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ରୋଡ ସୋ’ 

indiatvnews.com

ଭୁବନେଶ୍ୱର: ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି। ମୋଦୀ ଅଳ୍ପ ସମୟ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାର ପାର୍ଶ୍ୱରୁ ରୋଡ ସୋ’  ଆରମ୍ଭ କରିବେ। ଏଥି ପାଇଁ ଭାରତୀୟ ଜନତା ଦଳ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସେହିଭଳି ମୋଦୀଙ୍କ ରୋଡ ସୋ’ ପାଇଁ ପୁଲିସର ମଧ୍ୟ ତତ୍ପରତା ବଢ଼ିଛି।

ମୋଦୀଙ୍କ ରୋଡ ସୋ’ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛକ, ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଂଚିବ। ରୋଡ ଶୋ’ ପରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦୀ ବିଜୟ ସଂକଳ୍ପ ସଭାକୁ ଉଦ୍‌ବୋଧନ ଦେବେ।

ମୋଦୀଙ୍କ କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ଓ  ବିଧାନସଭା ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ ବୋଲି ସୋମବାର ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ତଥା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe