ଲକ୍ଷ୍ନୌରେ ରାଜନାଥ ସିଂହଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ

Advertisment
ଲକ୍ଷ୍ନୌରେ ରାଜନାଥ ସିଂହଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ

Image Courtesy of Hindustan Times

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ।

ବନ୍ଧୁ ମହଲରେ ‘ଛୋଟା ମୋଦି’ ଭାବେ ପରିଚିତ ପାଠକ କହିଛନ୍ତି ଏପ୍ରିଲ୍‌ ୨୬ ତାରିଖ ଦିନ ମଧ୍ୟ ସେ ପ୍ରଧାନନ୍ତ୍ରୀ ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ। ଲକ୍ଷ୍ନୌରେ ମେ ୬ ତାରିଖ ଦିନ ଭେଟ୍‌ ଗ୍ରହଣ କରାଯାଉଥିବାବେଳେ ବାରାଣସୀରେ ମେ ୧୯ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ।

ଏପ୍ରିଲ୍‌ ୧୬ ତାରିଖ ଦିନ ରାଜନାଥ ସିଂହ ଲକ୍ଷ୍ନୌରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରି ପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ହାଫ୍‌ହାତବାଲା ଖଦି କୁର୍ତ୍ତା ପିନ୍ଧିଥିବା ପାଠକ କହନ୍ତି: ମୁଁ ଲୋକଙ୍କ ସେବା କରିବାକୁ ଏଠାକୁ ଆସିଛି ଏବଂ ପାର୍ଲାମେଣ୍ଟ୍‌ରେ ସେମାନଙ୍କୁ ପ୍ରତିନିଧିତ୍ୱ କରିବି ଓ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବି।

ପାଠକ କହିଛନ୍ତି ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ବୁଦ୍ଧ କିନ୍ତୁ ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି।

ମନ କଥା କହୁଥିବା ଲୋକଜଣକ ମନ କଥା ଶୁଣି ନାହାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରଖିବାରେ ଅସଫଳ ହୋଇଛନ୍ତି।

ପାଠକଙ୍କ ଘର ସହରଣପୁର। ସେ ଗତ କିଛି ବର୍ଷ ହେବ ରାଜ୍ୟ ରାଜଧାନୀରେ ବାସ କରୁଛନ୍ତି।

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆବଶ୍ୟକ ସିକ୍ୟୁରିଟି ବାବଦ ୨୫, ୦୦୦/- ଟଙ୍କା ଯୋଗାଡ଼ କରି ଦେଇଥିବାରୁ ସେ ଲକ୍ଷ୍ନୌର ମଣକ ନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପାଠକଙ୍କୁ ଏବେ ୫୧ ବର୍ଷ ଏବଂ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର କରିଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଦାଖଲ କରିଥିବା ସତ୍ୟପତ୍ରରେ ଉଲ୍ଲେଖ ରହିଛି।

ତାଙ୍କ ବ୍ୟାଙ୍କ୍‌ ଖାତାରେ ୧୫୦୦୦ ଟଙ୍କା ଜମା ଅଛି ଏବଂ ପାଖରେ ନଗଦ ୧୫୦୦୦ ଟଙ୍କା ରହିଛି। ଧାର୍ମିକ ଅନୁଷ୍ଠାନ କରି ସେତେକ ସେ ଉପାର୍ଜ୍ଜନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe