‘ସାବଧାନ! ସବୁ ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲଗାଇଛନ୍ତି କ୍ୟାମେରା! ବିଜେପିକୁ ଭୋଟ ନଦେଲେ ପଡ଼ିବ ଅସୁବିଧାରେ’; ଧମକ୍‌ ଦେଲେ ବିଜେପି ବିଧାୟକ

‘ସାବଧାନ! ସବୁ ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲଗାଇଛନ୍ତି କ୍ୟାମେରା! ବିଜେପିକୁ ଭୋଟ ନଦେଲେ ପଡ଼ିବ ଅସୁବିଧାରେ’; ଧମକ୍‌ ଦେଲେ ବିଜେପି ବିଧାୟକ

ANI

ଭଦୋଦରା (ଗୁଜୁରାଟ): ଭୋଟରମାନଙ୍କୁ ବିଜେପିକୁ ଭୋଟ ଦେବାକୁ ଧମକ ଦେଇ ବିଜେପି ନେତ୍ରୀ ମାନେକା ଗାନ୍ଧୀ ଅସୁବିଧାରେ ପଡ଼ିଥିବା ବେଳେ ଏବେ ଆଉ ଜଣେ ବିଜେପି ନେତା ଭୋଟରମାନଙ୍କୁ ବିଜେପିକୁ ଭୋଟ ଦେବାକୁ ପରୋକ୍ଷରେ ଧମକ ଦେବା ଘଟଣାକୁ କେନ୍ଦ୍ର କରି ଚର୍ଚ୍ଚା ସୃଷ୍ଟି ହୋଇଛି।

ଗୁଜୁରାଟ ଫତେପୁରାର ବିଜେପି ବିଧାୟକ ରମେଶ କତାରା, ଦାହୋଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ନିର୍ବାଚନ ର‍୍ୟାଲିରେ ଭାଷଣ ଦେବା ପ୍ରସଙ୍ଗରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ନିର୍ବାଚନରେ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ କ୍ୟାମେରା ଲଗାଇଛନ୍ତି ଏବଂ ପ୍ରତିଟି ଭୋଟର କେଉଁ ଦଳକୁ ଭୋଟ ଦେଉଛନ୍ତି ଦିଲ୍ଲୀରେ ବସି ତାହାର ଯାଞ୍ଚ କରୁଛନ୍ତି।

publive-image

ତେଣୁ, ସାବଧାନ! ଯେଉଁମାନେ ବିଜେପି ଭୋଟ ଦେଉଛ ଭଲ କଥା; ଆଉ ଯେଉଁମାନେ ବିଜେପିକୁ ନଦେଇ ଅନ୍ୟ ଦଳକୁ ଦେଉଛ, ତେବେ ଅସୁବିଧାକୁ ସାମନା କରିବାକୁ ଏବେଠାରୁ ପ୍ରସ୍ତୁତ ରୁହ। ଖାଲି ବିଜେପିକୁ ଭୋଟ ନଦେବା ଲୋକ ଅସୁବିଧାରେ ପଡ଼ିବ ନାହିଁ ବରଂ ଯେଉଁ ସବୁ ବୁଥ୍‌ରୁ ବିଜେପିର ଭୋଟ କମିବ, ସେସବୁ ବୁଥ୍‌ ଅଞ୍ଚଳକୁ ମିଳୁଥିବା ସମସ୍ତ ଅନୁଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବନ୍ଦ କରିଦେବେ ବୋଲି ଖୋଲା ଖୋଲି ଧମକ ଦେଇଛନ୍ତି ଫତେପୁରାର ବିଜେପି ବିଧାୟକ ରମେଶ କତାରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe