ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ‘ତାମସା’ ବନ୍ଦ କରିବା ଉଚିତ; ସଚିନ୍ ପାଇଲଟ୍‌ଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ଅଛି: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

Advertisment
ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ‘ତାମସା’ ବନ୍ଦ କରିବା ଉଚିତ; ସଚିନ୍ ପାଇଲଟ୍‌ଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ଅଛି: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

Image Courtesy of Hindustan Times

ଜୟସାଲ୍‌ମେର୍: କଂଗ୍ରେସ ଶାସିତ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଲାଗି ଶନିବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ କୁମାର ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ କହିଛନ୍ତି ଯେ, ସଚିନ ପାଇଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ବିଦ୍ରୋହୀଙ୍କୁ ଫେରାଇ ନେବାକୁ ଉନ୍ମୁକ୍ତ ଅଛନ୍ତି।

ଶୁକ୍ରବାର ଦିନ ବିଧାୟକମାନେ ସ୍ଥାନାନ୍ତରିତ ହୋଇଥିବା ହୋଟେଲ୍ ବାହାରେ ସେ କହିଛନ୍ତି, ରାଜସ୍ଥାନରେ ଯାହା ହେଉଛି ପ୍ରଧାନମନ୍ତ୍ରୀ ତାହାକୁ ବନ୍ଦ କରିବା ଉଚିତ। ଦେଶର ପ୍ରଧାନମନ୍ତ୍ରୀ ହିସାବରେ ମୋଦୀଜି ରାଜସ୍ଥାନରେ ଚାଲିଥିବା ‘ତାମସା’ ବନ୍ଦ କରିବା ଉଚିତ। ଏଠାରେ ଘୋଡ଼ାବେପାରର ଦର ବୃଦ୍ଧି ପାଇଛି। ବିଧାନସଭା ଅଧିବେଶନ ଘୋଷଣା କରାଯିବା ମାତ୍ରେ ସେମାନେ ଦର ଆହୁରି ବୃଦ୍ଧି କରିଛନ୍ତି। ଇଏ କି ‘ତାମସା’?

publive-image Image Courtesy of Zee News

ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଗେହଲଟ୍‌ କହିଲେ, ଯଦି କଂଗ୍ରେସ ହାଇ କମାଣ୍ଡ୍‌ ବିଦ୍ରୋହୀମାନଙ୍କୁ କ୍ଷମା ଦିଅନ୍ତି, ସେ ସେମାନଙ୍କୁ ଦଳକୁ ଫେରାଇ ନେବେ। ‌କଂଗ୍ରେସ ନେତୃତ୍ବ ଯାହା ଚାହିଁବେ ସେ ତାହା କରିବାକୁ ପ୍ରସ୍ତୁତ। ତାଙ୍କୁ ତିନି ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରିଥିବାରୁ ଦଳକୁ ସେ କୃତଜ୍ଞତା ଜଣାଇଛନ୍ତି।

ଜୟସାଲମେର୍‌ର ସୂର୍ଯ୍ୟଗଡ଼ ରିସର୍ଟରେ ଗୋଟାଏ ରାତି ରହଣି ପରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଜୟପୁର ଫେରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe