ଭୋଟ୍‌ ବ୍ୟାଙ୍କ ରାଜନୀତି ସମଗ୍ର ବ୍ୟବସ୍ଥାକୁ ଖରାପ କରୁଛି: ପ୍ରଧାନମନ୍ତ୍ରୀ ମୋଦି

ଭୋଟ୍‌ ବ୍ୟାଙ୍କ ରାଜନୀତି ସମଗ୍ର ବ୍ୟବସ୍ଥାକୁ ଖରାପ କରୁଛି: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର: ଭୋଟ୍‌ ବ୍ୟାଙ୍କ ରାଜନୀତି ସମଗ୍ର ବ୍ୟବସ୍ଥାକୁ ଖରାପ ସ୍ଥିତିକୁ ନେଉଯାଉଛି। ଟଙ୍କା ଦେଇ ମତଦାତାଙ୍କୁ ଆକର୍ଷିତ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଏଭଳି ରାଜନୀତି କେବଳ ଭୋଟ ପର୍ଯ୍ୟନ୍ତ ସୀମିତ ରହିଥାଏ। ‘ବିଜୟ ସଂକଳ୍ପ ସଭା’ରେ ମୋଦି କହିଛନ୍ତି, ଭୋଟ୍‌ ବ୍ୟାଙ୍କ ରାଜନୀତି କରୁଥିବା ନେତାମାନେ ହିନ୍ଦୁ, ମୁସଲିମ୍‌, ଆଗ-ପଛ, ସହର-ଗାଁ ଭଳି ପ୍ରସଙ୍ଗକୁ ନେଇ ସମାଜକୁ ଭାଗ ଭାଗ କରୁଛନ୍ତି ଓ ଚାକିରିଆ ମାନଙ୍କ ମଧ୍ୟରେ ମତଭେଦ ଦେଖାଯାଉଛି। ଆମେ ଭୋଟ ବ୍ୟାଙ୍କ ରାଜନୀତି କରୁନାହୁଁ, ‘ସବକା ସାଥ୍‌, ସବକା ବିକାଶ’ ଉପରେ ବିଶ୍ୱାସ ରଖୁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ଓ ବିଶ୍ୱର ମଙ୍ଗଳ ପାଇଁ ଯଦିଓ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ତଥାପି ସେ ଜଣେ ସାଧାରଣ କର୍ମକର୍ତ୍ତା। ଜଣେ ଦଳୀୟ କର୍ମକର୍ତ୍ତା ଭାବରେ ପାର୍ଟି ଯେଉଁ କାମ ଦେବ, ତାହା କରିବାକୁ ପ୍ରସ୍ତୁତ ବୋଲି ରାଜସ୍ଥାନର ଆଜମେରରେ ଆୟୋଜିତ ବୁଥ ସ୍ତରୀୟ ଏକ ବିଶାଳ କାର୍ଯ୍ୟକ୍ରମରେ ଏହା କହିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଲୋକେ ୬୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହି ବିଫଳ ହୋଇଛନ୍ତି। ସେମାନେ ବିରୋଧୀ ଦଳ ଭାବରେ ମଧ୍ୟ ବିଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe