ସ୍ବାତୀ ମାଲିୱାଲ୍‌ ମାମଲା: କେଜ୍ରିୱାଲ୍‌ଙ୍କ ବାସଭବନରୁ ସିସିଟିଭି ଫୁଟେଜ୍‌ ଜବତ କଲା ପୁଲିସ୍‌

ସ୍ବାତୀ ମାଲିୱାଲ୍‌ ମାମଲା: କେଜ୍ରିୱାଲ୍‌ଙ୍କ ବାସଭବନରୁ ସିସିଟିଭି ଫୁଟେଜ୍‌ ଜବତ କଲା ପୁଲିସ୍‌

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନର ସିସିଟିଭି କ୍ୟାମେରାର ଡିଭିଆର୍‌ ଜବତ କରିଛି ବୋଲି ରବିବାର ଆପ୍‌ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ ଏଯାବତ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ।

ନିର୍ବାଚନ ପୂର୍ବରୁ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ପୁଲିସ୍‌ ଏପରି କରିଛି ବୋଲି ଆପ୍‌ ଅଭିଯୋଗ ଆଣିଛ। ଆପ୍‌ର ରାଜ୍ୟସଭା ସଦସ୍ୟ ମାଲିୱାଲ ଅଭିଯୋଗ କରିଛନ୍ତି ଯେ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କେଜ୍ରିୱାଲ୍‌ଙ୍କ  ବାସଭବନକୁ ଯାଇଥିବା ବେଳେ ମେ ୧୩ ତାରିଖରେ ତାଙ୍କୁ ଆକ୍ରମଣ କରିଥିଲେ।

ହେଲେ ଆପ୍‌ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଏବଂ କେଜ୍ରିୱାଲଙ୍କୁ ବଦନାମ କରିବା ପାଇଁ ବିଜେପିଙ୍କ ନିର୍ଦ୍ଦେଶରେ ମାଲିୱାଲ କାର୍ଯ୍ୟ କରୁଛନ୍ତି ବୋଲି ଦାବି କରିଛି। କୁମାରଙ୍କୁ ଶନିବାର ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ପାଞ୍ଚ ଦିନିଆ ପୁଲିସ ହେପାଜତରେ ନିଆଯାଇଛି।

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆପ୍‌ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ସିସିଟିଭି କ୍ୟାମେରାର ଡିଭିଆର (ଡିଜିଟାଲ ଭିଡିଓ ରେକର୍ଡର) ପୁଲିସ ଜବତ କରିସାରିଛି।

"ଗତକାଲି (ଶନିବାର), ସେମାନେ ପ୍ରବେଶ ଦ୍ୱାର, ସୀମା କାନ୍ଥରେ ଲଗାଯାଇଥିବା କ୍ୟାମେରାର ଡିଭିଆର୍‌ ଜବତ କରିଛନ୍ତି ଏବଂ ଆଜି (ରବିବାର), ସେମାନେ ଘରର ଅନ୍ୟ ଭାଗରେ ଲଗାଯାଇଥିବା କ୍ୟାମେରାର ଡିଭିଆର୍‌ ଜବତ କରିଛନ୍ତି।

ତେବେ ଆମେ ପୂର୍ବରୁ ଜାଣନ୍ତି ଯେ ବିଭବ କୁମାରଙ୍କ ଗିରଫଦାରୀକୁ ବିରୋଧ କରି ଗତକାଲି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆପ୍‌ ସମର୍ଥକମାନେ ଏକ ପଦଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe