ଭଦ୍ରକ (ହରିହର ନାୟକ): ଭଦ୍ରକରେ ଦିନକୁ ଦିନ ବିଜେଡି ଦଳ ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ। ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେପିରେ ଯୋଗଦେଲା ପରେ ଜିଲ୍ଲାରେ ନୂଆନୂଆ ଚିତ୍ର ଦେଖିବାକୁ ମିଳୁଛି। ବିଭିନ୍ନ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିଶୁଛନ୍ତି।  

Advertisment

ନୂଆବର୍ଷରେ ଭଦ୍ରକ ଜିଲ୍ଲାର ବିଜେଡି ଦଳର ତିନି ପ୍ରମୁଖ ନେତା ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡି ଛାଡ଼ି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ଚର୍ଚ୍ଚା ଜୋରଦାର ଚାଲୁଥିବା ବେଳେ ଏବେ ଏହି ମିଶ୍ରଣ ପାଇଁ ତାରିଖ ଧାର୍ଯ୍ୟ ହୋଇପାରୁ ନାହିଁ।

ମିଶ୍ରଣ ତାରିଖ ଗଦୁଥିବା ନେଇ ଏବେ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କିଏ କହୁଛନ୍ତି ବିଜେଡି ନେତା ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେପିରେ ମିଶାଇ ନଦେବାକୁ ଗୋଟିଏ ଗୋଷ୍ଠୀ ଚାହୁଁ ନାହାନ୍ତି। ଏଭଳି ଚର୍ଚ୍ଚା ଭିତରେ ଅନ୍ୟ ଏକ ଗୋଷ୍ଠୀ କହୁଛନ୍ତି ବିଜେପି ଏକ ରାଷ୍ଟ୍ରୀୟ ଦଳ। ଏଠି କିଏ ମିଶିବ ନମିଶିବ ସେ କଥା ଉପର ଲେବୁଲର ନେତା ବୁଝିବେ। ମୁକ୍ତି ଓ ମଞ୍ଜୁଙ୍କ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ପ୍ରକାର ଗ୍ରୀନ ସିଗ୍ନାଲ ଦେଉ ସାରିଥିବା ବେଳେ ଏହି ଗୋଷ୍ଠୀଙ୍କର ମତ ହେଉଛି ମୁକ୍ତି ଓ ମଞ୍ଜୁ ଏହି ମାସ ଶେଷ ସୁଦ୍ଧା ବିଜେପିରେ ମିଶିବେ। ତାଙ୍କ ସହ ମିଶ୍ରଣ ପର୍ବରେ ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ମିଶିବା ନେଇ ଚର୍ଚ୍ଚା ହେଉଛି। ମୁକ୍ତିଙ୍କ ସହ ବିଜେଡିର ବହୁ ତୃଣମୂଳସ୍ତର ବିଜେଡି ନେତା ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ପାଗ ଭିଡ଼ି ବସିଛନ୍ତି। ଏଭଳି ଚର୍ଚ୍ଚା ଗତ କିଛି ଦିନ ହେଲା ଚାଲିଥିବା ବେକେ ଅନ୍ୟ ଏକ ଗୋଷ୍ଟୀ ମୁକ୍ତିଙ୍କୁ ବିଜେପିରେ ପୁରାଇ ନଦେବା ପାଇଁ ଜୋରଦାର ବିରୋଧ କରୁଥିବା ନେଇ ଚର୍ଚ୍ଚା ହେଉଛି। 

ମନମୋହନଙ୍କ ସହ ଆଲୋଚନା

ଏହି ଦୁଇ ଟାଣୁଆ  ବିଜେଡି ନେତା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଆଲୋଚନା କରି ସାରିଛନ୍ତି। କେବଳ ମନମୋହନ ସାମଲ ଚାହିଁଲେ ମୁକ୍ତି ଓ ମଞ୍ଜୁ ଙ୍କ ମିଶ୍ରଣ ତାରିଖ ଘୋଷଣା ହେବ ବୋଲି ସୁନା ଯାଉଛି। ଚକିତ ମାସ ୩୦ ତାରିଖ  ସୁଦ୍ଧା ଧାର୍ଯ୍ୟ ଏକ ବଡ଼ଧରଣର ମିଶ୍ରଣ ପର୍ବ ହେବ ବୋଲି କୁହାଯାଉଛି। ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ପାଇଁ ଗତ ମାସ ଦିଲ୍ଲୀ ଗ୍ରସ୍ଥରେ ଯାଇ କେନ୍ଦ୍ରୀୟ ନେତା ମାନଙ୍କ ସହ ଆଲୋଚନା କରୁଥିବା ଶୁଣାଯାଉଛି।

ଆହୁରି ପଢ଼ନ୍ତୁ: Bikrant and Supriya Thakur: ମୁଁ ମୋ ସ୍ତ୍ରୀଙ୍କୁ ହତ୍ୟା କରିଛି, କିନ୍ତୁ ଏହା ମର୍ଡର ନୁହେଁ: ଅଷ୍ଟ୍ରେଲିଆ କୋର୍ଟରେ ଭାରତୀୟଙ୍କ ଅଜବ ଯୁକ୍ତି

ରାଜନୈତିକ ମହଲରେ ଚର୍ଚ୍ଚା 

ରାଜନୈତିକ ମହଲରେ ଚର୍ଚା ଓ ଆଲୋଚନା ଭିତରେ କିନ୍ତୁ ଗୋଟିଏ ବଡ଼ କଥା ଶୁଣା ଯାଉଛି। ଜିଲ୍ଲାରେ କେହି ଜଣେ ବିଜେପି ନେତା ମୁକ୍ତିଙ୍କ ରାସ୍ତାରେ ଏକ ବଡ଼ କଣ୍ଟା ସାଜିଛନ୍ତି, ଯେଉଁଥି ପାଇଁ ମୁକ୍ତି ଓ ମଞ୍ଜୁଙ୍କ ବିଜେପି ମିଶ୍ରଣ ପର୍ବ ତାରିଖ ଗଡ଼ିଗଡ଼ି ଯାଉଛି। ଯଦି ଏଭଳି ଚର୍ଚା ସତ ହୁଏ ତେବେ ଆଗାମୀ ଦିନରେ ମୁକ୍ତି ଓ ମଞ୍ଜୁ ବିଜେପିରେ ମିଶିବେ ନା ତାଙ୍କ ମିଶ୍ରଣ ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଯିବ ତାହା ଉପରେ ଚର୍ଚ୍ଚା ଜୋରଦାର ହେଉଛି। ମୁକ୍ତିଙ୍କୁ ବିରୋଧ କରୁଥିବା ନେତା ଓ ମୁକ୍ତି କିମ୍ବା ମଞ୍ଜୁ ଙ୍କୁ ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ କେଉଁ ଆସନରେ ଥଇଥାନ କରାଯିବ ତାହାକୁ ନେଇ ଉପର ଲେବୁଲରେ ବିଚାର ବିମର୍ଶ ଚାଲିଛି। ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହେଲେ ଏହି ନେତାମାନଙ୍କୁ ଦଳ କେଉଁଠି ଥଇଥାନ କରିବ ବୋଲି ନେଇ ମଧ୍ୟ ଆଲୋଚନା ହେଉଛି। ତେବେ କେବେ ମୁକ୍ତି ଆଉ ମଞ୍ଜୁ ବିଜେପିରେ ମିଶିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଆହୁରି ପଢ଼ନ୍ତୁ: Bird Census: କ୍ରମାଗତ ଭାବେ କମୁଛି ପକ୍ଷୀଙ୍କ ପ୍ରଜାତି