ତାମିଲନାଡୁର ଭେଲୋର୍‌ ଲୋକସଭା ଆସନରେ ନିର୍ବାଚନ ବାତିଲ

Advertisment
ତାମିଲନାଡୁର ଭେଲୋର୍‌ ଲୋକସଭା ଆସନରେ ନିର୍ବାଚନ ବାତିଲ

Image Source: India Today

ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର୍‌ ଲୋକସଭା ଆସନର ଭୋଟ୍‌ ଗ୍ରହଣ ବାତିଲ କରାଯାଇଛି ବୋଲି ମଙ୍ଗଳବାର ଦିନ ନିର୍ବାଚନ କମିସନ କହିଛନ୍ତି। ଏପ୍ରିଲ୍‌ ୧୮ ତାରିଖରେ ଭୋଟ୍‌ ଗ୍ରହଣ ସେ ଆସନରୁ ଭୋଟ୍‌ ଗ୍ରହଣ କରାଯିବା ପାଇଁ ଦିନ ନିର୍ଦ୍ଧାରଣ କରାଯାଇଥିଲ। ନିର୍ବାଚନ କମିସନ୍‌ଙ୍କ ଏହି ସୁପାରିଶକୁ ରାଷ୍ଟ୍ରପତି ଭବନରୁ ଔପଚାରିକ ଭାବେ ଅନୁମୋଦନ ମିଳିବା ପରେ ନିଷ୍ପତ୍ତି ଗହଣ କରାଯାଇଛି। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରୁ ବିପୁଳ ପରିମାଣର ନଗଦ ଅର୍ଥ ଜବତ କରାଯାଇଥିଲା।

ଗତ ସପ୍ତାହରେ ଆୟକର ବିଭାଗ ଅଧିକାରୀମାନେ ଗୋଟିଏ ଗୋଦାମରୁ ସେହି ନଗଦ ଅର୍ଥ ଜବତ କରିଥିଲେ। ତାହା ଡିଏମ୍‌କେ ନେତା ପୁଞ୍ଜୋଲାଇ ଶ୍ରୀନିବାସନ୍‌ଙ୍କର ବୋଲି କୁହାଯାଉଛି। ଦଳର କୋଷାଧ୍ୟକ୍ଷ ଦୁରାଇ ମୁରୁଗାନ୍‌ଙ୍କର ଅତି ନିକଟତମ ବ୍ୟକ୍ତି ହେଉଛନ୍ତି ଶ୍ରୀନିବାସନ୍‌। ଟଙ୍କା କେଉଁଠୁ ଆସିଲା ସେ ସଂକ୍ରାନ୍ତରେ ଅଧିକାରୀମାନେ ତଦନ୍ତ କରୁଛନ୍ତି।

କେତେକ ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ପ୍ରାର୍ଥୀ, ସଦସ୍ୟ ଓ କର୍ମୀମାନଙ୍କ ଯୋଗୁଁ ଭେଲୋରରେ ଭୋଟ୍‌ ଗ୍ରହଣ ବନ୍ଦ କରାଯାଇଥିବା ବିଷୟରେ ରାଷ୍ଟ୍ରପତି ସନ୍ତୁଷ୍ଟ ଥିବା କଥା ନିର୍ବାଚନ କମିସନ୍‌ କହିଛନ୍ତି।

ଆୟକର ଅଧିକାରୀମାନେ ସମ୍ପୃକ୍ତ ଗୋଦାମ ଘରୁ ନଗଦ ୧୧ କୋଟି ଟଙ୍କା ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe