ପଦ୍ମ ପାଖୁଡ଼ା ଖୋଲିପାରିବ ନାହିଁ: ମହାରଥୀ

Advertisment
ପଦ୍ମ ପାଖୁଡ଼ା ଖୋଲିପାରିବ ନାହିଁ: ମହାରଥୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲା ପରେ ଜବାବ ଦେଇଛି ବିଜେଡି। ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କଡ଼ା ଭାଷାରେ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଶାସନକୁ ଆସିବା ତ ଦୂରର କଥା, ଓଡ଼ିଶାରେ ପଦ୍ମ ଫୁଲ ତା’ର ପାଖୁଡ଼ା ଖୋଲିପାରିବ ନାହିଁ । ମହାନଦୀରେ ତ ପାଣି ଶୁଖିଗଲାଣି, ପଦ୍ମ ଫୁଟିବ କେମିତି ?

ଶ୍ରୀ ମହାରଥୀ କହିଲେ, ୧୨୦ ଆସନ ପାଇଁ ବିଜେପିର ସ୍ୱପ୍ନ କେବଳ ଏକ ଦିବା ସ୍ୱପ୍ନ ହୋଇ ରହିଯିବ। ୧୨୦ର ପଛପଟୁ ‘୧’ କାଟିଲେ ୨୦, ଆଗ ପଟୁ ‘୦’ କାଟିଲେ ୧୨। ତେଣୁ ବିଜେପି ଅତି ବେଶିରେ ୧୨ରୁ ୨୦ ଭିତରେ ସୀମିତ ରହିବ। ଆଉ ଆଗକୁ ଯିବା ସମ୍ଭବ ନୁହେଁ। ୨୦୧୯ରେ ଯେ ନବୀନ ପଟ୍ଟନାୟକଙ୍କ ସରକାର ପୁଣି ଆସିବ, ତାହା ବିଜେପୁର ଉପନିର୍ବାଚନରୁ ପ୍ରମାଣିତ ହୋଇଗଲାଣି। ଶ୍ରୀ ମହାରଥୀ ପୁଣି ଚ୍ୟାଲେଞ୍ଜ୍‌ ବି ଦେଇଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ। ଜଗନ୍ନାଥଙ୍କ ଦେଶରେ ଲଢ଼ି ଜିତିକି ଯାଆନ୍ତୁ। ତେବେ ଓଡ଼ିଶାରେ ଶାସନ କଥା ବିଜେପି ଚିନ୍ତା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe