ଭୋଜି ରାଜନୀତି : ରାହୁଲ୍‌ଙ୍କ ଇଫ୍‌ତାର ପାର୍ଟିକୁ ପ୍ରଣବ ଦା’ଙ୍କୁ ନା! କେଜ୍ରିଓ୍ଵାଲ୍‌ଙ୍କୁ ବି ଡକାହେବନି!

ଭୋଜି ରାଜନୀତି : ରାହୁଲ୍‌ଙ୍କ ଇଫ୍‌ତାର ପାର୍ଟିକୁ ପ୍ରଣବ ଦା’ଙ୍କୁ ନା! କେଜ୍ରିଓ୍ଵାଲ୍‌ଙ୍କୁ ବି ଡକାହେବନି!

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବର୍ଷିଆନ୍‌ ନେତା ପ୍ରଣବ ମୁଖାର୍ଜୀ ଏବେ ଦଳ ପାଇଁ ଅଛୁଆଁ। ସେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରବାର୍ଷିକ ଅଧିବେଶନରେବକ୍ତା ଭାବେ ଯୋଗଦେବାପରେ କଂଗ୍ରେସ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଦୀର୍ଘ ୨ ବର୍ଷ ପରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୩ ତାରିଖରେ ନୂଆଦିଲ୍ଲୀର ତାଜ୍‌ ପାଲେସ୍‌ ହୋଟେଲ୍‌ରେ ଆୟୋଜିତ କରାଯାଉଥିବା ଇଫ୍‌ତାର ପାର୍ଟିରେ ପ୍ରଣବ ଦା’ଙ୍କୁ ମିଳିନାହିଁ ନିମନ୍ତ୍ରଣ। ରାହୁଲ ଗାନ୍ଧୀ କଂଗ୍ର୍ରେସ ଅଧ୍ୟକ୍ଷ୍ୟ ହେବା ପରେ ଏହା ତାଙ୍କର ପ୍ରଥମ ଇଫ୍‌ତାର ପାର୍ଟି। ଆଶ୍ଚର୍ଯ୍ୟର କଥା ହେଲା, କେବଳ ପ୍ରଣବ ଦା’ ନୁହନ୍ତି ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କୁ ମଧ୍ୟ ଇଫ୍‌ତାର ପାର୍ଟିକୁ ନିମନ୍ତ୍ରଣ ଦିଆଯାଇ ନାହିଁ। ଆଉ ଏକ ଆଶ୍ଚର୍ଯ୍ୟର ବିଷୟ ହେଲା, ପୂର୍ବତନ ଉପ-ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ହମିଦ୍‌ ଅନସାରୀଙ୍କୁ ମଧ୍ୟ ରାହୁଲଙ୍କ ଇଫ୍‌ତାର ପାର୍ଟିକୁ ନିମନ୍ତ୍ରଣ କରାଯାଇ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳୁଛି।

publive-image

ପ୍ରଣବ ଦା’ଙ୍କୁ ନିମନ୍ତ୍ରଣ ନ ମିଳିବା ପଛରେ କାରଣ ସ୍ପଷ୍ଟ ସେ ସଂଘ ଅଧିବେଶନରେ ଯୋଗଦେବାକୁ ଯିବା ପୂର୍ବରୁ କଂଗ୍ରେସ ନେତା ଅହମ୍ମଦ ପଟେଲ ଟ୍ଵିଟରରେ ଲେଖିଥିଲେ କି ‘ପ୍ରଣବ ଦା’ଙ୍କ ଠାରୁ ଏହା ଆଶା କରାଯାଉ ନଥିଲା’। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଓ ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ନ ଡ଼କାଯିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏହି ତିନି ଜଣାଶୁଣା ରାଜନୈତିକ ବ୍ୟକ୍ତିଙ୍କୁ କଂଗ୍ରେସ ଇଫ୍‌ତାର ପାର୍ଟିକୁ ନ ଡ଼ାକି ରାହୁଲ୍‌ କି ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ,ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe