ନୈତିକଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେଲେ ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ!

Advertisment
ନୈତିକଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେଲେ ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ!

ଭୁବନେଶ୍ୱର : ବହୁଚର୍ଚ୍ଚିତ ବିଜେପୁର ଉପନିର୍ବାଚନରେ ବିଜେଡ଼ିର ପ୍ରାର୍ଥୀ ଆଶାତୀତ ସଫଳତା ପାଇ ବିଜୟୀ ଘୋଷିତ ହେବା ସହ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭୋଟଗଣତିର ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ପାଇଁ ସମସ୍ତ ନୈତିକଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ଆଜି ସଂନ୍ଧ୍ୟାରେ ପଠାଇ ଦେଇଥିବା ଜଣାପଡିଛି। ତେବେ ଏହି ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପିସିସି ମୁଖ୍ୟ ଶ୍ରୀଚନ୍ଦନଙ୍କ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିଛି କି ନାହିଁ ସେ ବାବଦରେ କୌଣସି ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe