ପରିବର୍ତ୍ତନ ପାଇଁ ବିହାର ରାଜ୍ୟ ପଦଯାତ୍ରାରେ ବାହାରିବେ ପ୍ରଶାନ୍ତ କିଶୋର

Advertisment
ନୀତୀଶଙ୍କ ଅବସ୍ଥା ଚନ୍ଦ୍ରବାବୁଙ୍କ ଭଳି ହୋଇଯିବନି ତ! ପ୍ରଶ୍ନ କଲେ ପିକେ

Image Courtesy of India Today

ନୂଆଦିଲ୍ଲୀ: ରାଜ୍ୟରେ ପରିବର୍ତ୍ତନ ଆଣିବାକୁ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ଅବସରରେ ରାଜନୈତିକ ରଣକୌଶଳୀ ପ୍ରଶାନ୍ତ କିଶୋର ପଶ୍ଚିମ ଚମ୍ପାରଣ ଜିଲ୍ଲାରୁ ଆରମ୍ଭ କରି ସମଗ୍ର ବିହାରରେ ୩,୫୦୦ କିଲୋମିଟର୍‌ ପଦଯାତ୍ରା କରିବେ। ୧୯୧୭ ମସିହାରେ ଏହି ସ୍ଥାନରୁ ଜାତିର ଜନକ ସତ୍ୟାଗ୍ରହ ଶୁଭାରମ୍ଭ କରିଥିଲେ।

ପଦଯାତ୍ରା ଆରମ୍ଭ କରିବା ଆଗରୁ ଟୁଇଟ୍‌ କରି ପ୍ରଶାନ୍ତ କିଶୋର କହିଛନ୍ତି, ସବୁଠୁ ଦରିଦ୍ର ଓ ପଛୁଆ ବିହାର ରାଜ୍ୟରେ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ କରିବା ପାଇଁ ମୁଁ ବଦ୍ଧପରିକର। ପ୍ରଥମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି- ସମାଜ ସହାୟତାରେ ନୂଆ ଓ ଉତ୍କୃଷ୍ଟ ରାଜନୈତିକ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଆଗାମୀ ୧୨ରୁ ୧୫ ମାସ ପର୍ଯ୍ୟନ୍ତ ମୁଁ ବିହାରର ସହର, ନଗର ଓ ଗାଁଗଣ୍ଡାରେ ୩୫୦୦ କିଲୋମିଟର ପଦଯାତ୍ରା କରିବି।

ଏ ସବୁ ଉତ୍କୃଷ୍ଟ ଓ ଉନ୍ନତ ବିହାର ନିମନ୍ତେ।

publive-image Image Courtesy of India Post English

ଏହି ଯାତ୍ରା ତାଙ୍କର ରାଜନୀତି କ୍ଷେତ୍ରକୁ ପୁନଃ ପ୍ରବେଶର ସୂଚନା ଦେଉଛି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ୨୦୧୮ରେ କିଶୋର ‘ଜେଡି(ୟୁ)’‌ରେ ଯୋଗ ଦେଇଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି ଦଳରୁ ବହିଷ୍କୃତ ହୋଇଥିଲେ।

ଉଲ୍ଲେଖନୀୟ, ପଦଯାତ୍ରା ଆରମ୍ଭ କରିବା ଆଗରୁ ସାମ୍ପ୍ରଦାୟିକ ସମାଜର ସଦସ୍ୟମାନଙ୍କ ସହ ଭାବବିନିମୟ ନିମନ୍ତେ କିଶୋର ବିହାର ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ। ସେମାନଙ୍କୁ ସେ କହିଥିଲେ ଯେ, ରାଜନୈତିକ ବ୍ୟବସ୍ଥା ବଦଳାଇବାକୁ ଖାଲି ସରକାର ବଦଳାଇ ଦେଲେ ଚଳିବ ନାହିଁ, ସହାୟତାକାରୀ ଜନସାଧାରଣଙ୍କୁ ଏକାଠି ହେବାକୁ ପଡ଼ିବ।

ସେ ଜାରି କରିଥିବା ବିବୃତି ଅନୁସାରେ, ଏହି ଯାତ୍ରାର ୩ଟି ମୁଖ୍ୟ ଲକ୍ଷ୍ୟ ରହିଛି। ସେଥିରେ ରହିଛି, ସମାଜର ନିମ୍ନସ୍ତରରେ ତିବା ଠିକଣା ଲୋକଙ୍କୁ ଚିହ୍ନି ସେମାନଙ୍କୁ ଗଣତାନ୍ତ୍ରିକ ମଞ୍ଚକୁ ଆଣିବା ଭଳି ଲକ୍ଷ୍ୟ।

ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତ ସାମଲି କରି ସେ ରାଜ୍ୟ ପାଇଁ ‘ଭିଜନ୍‌ ଡକୁମେଣ୍ଟ୍‌’ ପ୍ରସ୍ତୁତି କରିବା ପାଇଁ ମଧ୍ୟ କାମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe