ସଂକଟରେ ପୁଡୁ‌ଚେରୀ ସରକାର: ପୁଣି ଦଳ ଛାଡ଼ିଲେ ୪ ବିଧାୟକ, କ୍ୟାବିନେଟ୍‌ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ

Advertisment
ସଂକଟରେ ପୁଡୁ‌ଚେରୀ ସରକାର: ପୁଣି ଦଳ ଛାଡ଼ିଲେ ୪ ବିଧାୟକ, କ୍ୟାବିନେଟ୍‌ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ

India Today

ପୁଡୁଚେରୀ: ସଂକଟ‌ରେ ପୁଡୁଚେରୀ ସରକାର। ପୁଣି ଶାସକ କଂଗ୍ରେସ ଦଳରୁ ୪ ଜଣ ବିଧାୟକ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀଙ୍କୁ ଚିନ୍ତାରେ ପକାଇଛନ୍ତି। ପୂର୍ବରୁ ଫେବ୍ରୁଆରି ୧୫ ତାରିଖରେ ଅର୍ଥାତ ଗତକାଲି ବିଧାୟକ ମଲାଦି କ୍ରିଷ୍ଣା ରାଓ ଦଳରୁ ଇସ୍ତଫା ଦେଇଥିଲେ। ପୁଣି ଦିନକ ପରେ ୪ ଜଣ ବିଧାୟକ ଏକାଥରକେ ଇସ୍ତଫା ନିଷ୍ପତ୍ତି ନେଲା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନାରାୟଣସାମୀ କାଳବିଳମ୍ବ ନକରି ତୁରନ୍ତ କ୍ୟାବିନେଟ୍‌ ବୈଠକ ଡାକିଥିବା ସୂଚନା ରହିଛି।

ଅନ୍ୟପକ୍ଷରେ ରାଜ୍ୟର ସାମାଜିକ କଲ୍ୟାଣ ମନ୍ତ୍ରୀ କାନ୍ଦାସାମୀ ଏକ ଭିଡିଓ ଜାରି କରି କହିଛନ୍ତି କି ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏଲ୍‌-ଜି କିରଣ ବେଦୀ ପୁଡୁଚେରୀରେ ଶାସନ କ୍ଷମତାରେ ଥିବା କଂଗ୍ରେସ-ଡିଏମ୍‌କେ ସରକାର ପାଇଁ ଅନେକ ଅସୁବିଧା ସୃଷ୍ଟି କରାଇଛନ୍ତି।

ସେ ଆହୁରି ବି କହିଛନ୍ତି ‌ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ନିର୍ବାଚନକୁ ଦୃଷ୍ଟିରେ ରଖି ନାରାୟଣସାମୀ ଏକ ବୈଠକ ଡକାଇ ସରକାର ଭଙ୍ଗ ଓ ନିର୍ବାଚନ ପ୍ରସଂଗରେ ଆଲୋଚନା କରିବା ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe