ଦିଲ୍ଲୀ ପରେ ପଞ୍ଜାବରେ ଭାଙ୍ଗିଯିବ କି ଆପ୍ ସରକାର ? କଂଗ୍ରେସ ଲିଙ୍କରେ ୩୨ ବିଧାୟକ !

aap punjab

Photograph: (SAMBAD.IN)

ଚଣ୍ଡିଗଡ: ଦିଲ୍ଲୀରେ ଆପ୍ ର ପରାଜୟ ପରେ ପଞ୍ଜାବରେ ଭାଙ୍ଗିବାକୁ ଯାଉଛି ଆପ୍ ସରକାର । ଆଜି ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ପଞ୍ଜାବର ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ପ୍ରତାପ ସିଂ ବାଜୱା ।  ଆପର ୩୨ରୁ ଅଧିକ ବିଧାୟକ ସେମାନଙ୍କ ଯୋଗାଯୋଗରେ ଥିବା ସେ ଦାବି କରିଛନ୍ତି। 

କଂଗ୍ରେସ ବିଧାୟକ କହିଛନ୍ତି, ୩୨ ବିଧାୟକ କଂଗ୍ରେସ ସହ ଥିବା ବେଳେ ବାକି ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି  ।  ଏଥିସହ ପଞ୍ଜାବରେ ମନ ସରକାର ଭାଙ୍ଗିବାକୁ ଯାଉଥିବା ସେ ଦାବି କରିଛନ୍ତି। କିନ୍ତୁ କଂଗ୍ରେସ ନୁହେଁ ବିଜେପି ସରକାର ଭାଙ୍ଗିବାକୁ ଚାହୁଥିବା କହିଛନ୍ତି ପ୍ରତାପ ସିଂ ବାଜୱା । 

କଂଗ୍ରେସ ନେତା ଦାବି କରିଛନ୍ତି ଯେ, ଆପ ସରକାର ସମୟରେ ହାୱାଲା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶକୁ ଯାଇଛି। କିନ୍ତୁ ପ୍ରତାପଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଆପ୍ । ଆପ ନେତା ନୀଲ ଗର୍ଗ କହିଛନ୍ତି,  ପ୍ରତାପ ସିଂ ବାଜୱା ଆପରେ ମିଶିବାକୁ ଚାହୁଁଛନ୍ତି ।   ଏଥିପାଇଁ ସେ ବେଙ୍ଗାଳୁରରେ ବରିଷ୍ଠ ବିଜେପି ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । 

ରାହୁଲ ଗାନ୍ଧୀଙ୍କୁ ତାଙ୍କ ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଆପ ସରକାରର ପତନ ପରେ ପଞ୍ଜାବରେ ମନ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି। ଯଦି ବାସ୍ତବରେ ପ୍ରତାପ ସିଂ ବାଜୱାଙ୍କ ସହ ଆପର ୩୨ ବିଧାୟକଙ୍କ ସମର୍ଥନ ଥାଏ ତେବେ ଶାସନ ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe