ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ଏହି ସମୟର ନବ ବିବାହିତ ଦମ୍ପତିଙ୍କର ଏକ ବିଶେଷ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ରାଘବ ପତ୍ନୀ ପରିଣୀତିଙ୍କୁ ‘ଥ୍ୟାଙ୍କ୍ ୟୁ ମିସେଜ୍ ଚଢ଼ା’ ବୋଲି ଲେଖିଥିବାର ଦେଖିବାକୁ ମିଳିଛି।
ଭାଇରାଲ୍ ଭିଡିଓରେ ପରିଣୀତି ରାଘବଙ୍କ ପାଇଁ ଏକ ସୁନ୍ଦର୍ ସର୍ପ୍ରାଇଜ୍ ଦେଇଥିବାର ଦେଇଛନ୍ତି। ଭିଡିଓଟିକୁ ଦେଖି ଆପଣ ଜାଣି ପାରୁଥିବେ ଯେ ପରୀ, ରାଘବଙ୍କ ପାଇଁ ଏକ ସୁନ୍ଦର ସଂଗୀତକୁ ଉତ୍ସର୍ଗ କରିଛନ୍ତି। ସେହି ଗୀତଟିକୁ ଏକ୍ସରେ ପୋଷ୍ଟ୍ କରି ରାଘବ ଲେଖିଛନ୍ତି, ‘‘ମୁଁ କେବେ ଭାବି ନଥିଲି ଯେ ଏହିପରି ଏକ ଉପହାର ପାଇବି, କିନ୍ତୁ ମୁଁ ଅନୁମାନ କରୁଛି ଯେ ମୋର ଗାୟିକା ପତ୍ନୀ ମୋତେ ସର୍ପ୍ରାଇଜ୍ ଦେବାକୁ ଭଲପାଆନ୍ତି! 😊 ମୁଁ ବାସ୍ତବରେ ଖୁବ୍ ଅଧିକ ଆନନ୍ଦିତ। ତୁମର ସ୍ୱର ବର୍ତ୍ତମାନ ମୋ ଜୀବନର, ଆମ ଜୀବନର ଧ୍ୱନିରେ ପରିଣତ ହୋଇଛି। ଧନ୍ୟବାଦ୍ ଶ୍ରୀମତୀ ଚଢ଼ା। ତୁମକୁ ମୋ ଜୀବନରେ ପାଇ ମୁଁ ନିଜକୁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ମନେ କରୁଛି।’’
ରାଘବଙ୍କର ଏହି ପୋଷ୍ଟ୍କୁ ଖୁବ୍ ଭଲପାଇବା ମିଳିଛି। ଅନେକ ପ୍ରଶଂସକ ରାଘବ ଓ ପରୀଙ୍କୁ ସେମାନଙ୍କ ସ୍ନେହ ଓଜାଡ଼ି ଦେଇଛନ୍ତି। ଦୁହିଁଙ୍କ ବିବାହରେ ଅନେକ ବଡ଼ ବଡ଼ କଳାକାର ଓ ରାଜନେତା ଯୋଗ ଦେଇଥିଲେ। ଏହା ସହ ପରୀଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ତଥା ଲୋକପ୍ରିୟ ଟେନିସ୍ ତାରକା ସାନିଆ ମିର୍ଜା ମଧ୍ୟ ବିବାହରେ ଯୋଗ ଦେଇଥିବା ଦେଖାଯାଇଥିଲା।
Follow Us