ଦୀପାବଳୀ ପରେ କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

Advertisment
ଗୁଜରାଟରେ ରାହୁଲଙ୍କ ପ୍ରଚାର: ଭୋଟିଂ ଦିନ ବିଜେପିକୁ କରେଣ୍ଟ୍‌ ଲାଗିବ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସଙ୍ଗଠନକୁ ମଜବୁତ୍‌ କରିବା ପାଇଁ ନିଜେ ଦଳର ଦାୟିତ୍ୱ ପ୍ରତ୍ୟକ୍ଷ ଭାବେ ନେବା ଆବଶ୍ୟକ ବୋଲି ଗଣମାଧ୍ୟମରେ ବହୁ ନେତା ବାରମ୍ବାର କହୁଥିବା ଦେଖିବାକୁ ମିଳିଛି । ନିକଟରେ ରାହୁଲଙ୍କ ନିକଟତମ ବୋଲାଉଥିବା କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ଙ୍କ ମତକୁ ନେଇ ଏବେ କଂଗ୍ରେସ ରାଜନୀତି ଜୋର୍‌ ଧରିଛି ।

ରାଜସ୍ଥାନର କଂଗ୍ରେସ ନେତା ପାଇଲଟ୍‌ କହିଛନ୍ତି ଯେ, ଦୀପାବଳୀ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ହାତେଇ ପାରନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତିର ସାଙ୍ଗିଆକୁ ନେଇ ତାଙ୍କ ନେତୃତ୍ୱ ନେବାର କ୍ଷମତା ଆକଳନ କରିବା ଅନୁଚିତ୍‌। ସୁଯୋଗ ମିଳିଲେ ଓ ଭଲ କାମ କରିବା ଦ୍ୱାରା ବ୍ୟକ୍ତିତ୍ୱ ବିକାଶ ହେବା ସହ ସଙ୍ଗଠନ ଗଢାଯାଇ ପାରିବ । ଏଣୁ ସମୟ ଆସିଯାଇଛି ରାହୁଳ ଦଳର ଦାୟିତ୍ୱ ନିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe