ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ମିଛ କୁହନ୍ତି: ରାହୁଲ ଗାନ୍ଧି

Advertisment
ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ମିଛ କୁହନ୍ତି: ରାହୁଲ ଗାନ୍ଧି

ରାଉରକେଲା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କର ଉନ୍ନତି ହେବ।

ରାହୁଲ କହିଛନ୍ତି ଚୌକିଦାର ଚୋର ଏବଂ ନବୀନ ପଟ୍ଟନାୟକ ରିମୋର୍ଟ କଂଟ୍ରୋଲ। ରାହୁଲ ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ଚିଟଫଣ୍ଡ ଦୁର୍ନୀତି ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି।

publive-image

ରାହୁଲ ଗାନ୍ଧି କହିଛନ୍ତି, ନରେନ୍ଦ୍ର ମୋଦି ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ରାଉରକେଲାରେ ମୋଦି ଯୁବକମାନଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ରାଉରକେଲାବାସୀଙ୍କ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ବ୍ରାହ୍ମଣୀ ପୋଲ ସ୍ୱପ୍ନ ପୂରା ହୋଇ ପାରିଲା ନାହିଁ।

publive-image

ରାହୁଲ କହିଛନ୍ତି, କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥାଏ, ତା’କୁ ପୂରର କରିଥାଏ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆମେ ୧୦ ଦିନ ପାଇଁ ପ୍ରତିଶ୍ରୁତି ଦେଇଥିଲୁ। କ୍ଷମତାକୁ ଆସିବା ପରେ ୨ ଦିନରେ କୃଷି ଋଣ ଛାଡ଼ କଲୁ। ଏଠାକାର ସରକାର ଲୁଟୁଛନ୍ତି, ସେଥିପାଇଁ ଲୋକେ ଗରିବ ହେଉଛନ୍ତି। ଓଡ଼ିଶାରେ ଛତିଶଗଡ଼ ଭଳି ଜମି ଅଧିଗ୍ରହଣ ବିଲ୍‌ ଲାଗୁ କରିବୁ। ଶିଳ୍ପ ପାଇଁ ଜମି ନେଲେ ଆପଣଙ୍କର ସମ୍ମତିରେ ନିଆଯିବ। ବଜାର ମୂଲ୍ୟର ୪ ଗୁଣା ଜମି ପାଇଁ ମୂଲ୍ୟ ଦିଆଯିବ ବୋଲି ରାହୁଲ କହିଛନ୍ତି।

ସମାବେଶରେ ଉଦବୋଧନ ଦେବା ପୂର୍ବରୁ ରାହୁଲ ଗାନ୍ଧି ଆଦିବାସୀ ନୃତ୍ୟ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନାଚିଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe