ଗୁଜରାଟରେ ରାହୁଲଙ୍କ ପ୍ରଚାର: ଭୋଟିଂ ଦିନ ବିଜେପିକୁ କରେଣ୍ଟ୍‌ ଲାଗିବ

Advertisment
ଗୁଜରାଟରେ ରାହୁଲଙ୍କ ପ୍ରଚାର: ଭୋଟିଂ ଦିନ ବିଜେପିକୁ କରେଣ୍ଟ୍‌ ଲାଗିବ

ଅହମଦାବାଦ: ଗୁଜରାଟର ଭରୁଚରେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେଇ ମୋଦି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି। ଚୀନ୍‌ରେ ପ୍ରତି ଦିନ ୫୦ ହଜାର ଯୁବକଙ୍କୁ ନିଯୁକ୍ତି ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ମାତ୍ର ୪୫୦ ଯୁବକଙ୍କୁ ରୋଜଗାର ମିଳୁଛି । ଦେଶରେ ଭୟଙ୍କର ବେକାରୀ ସମସ୍ୟା ଯୋଗୁଁ ସବୁଠି ହତାଶା ସୃଷ୍ଟି ହୋଇଛି ଏବଂ ନିର୍ବାଚନ ଦିନ ବିଜେପିକୁ କରେଣ୍ଟ ଲାଗିବ ବୋଲି ରାହୁଲ କହିଛନ୍ତି। ଗୁଜରାଟର କୃଷକଙ୍କ ପାଇଁ ସରକାରଙ୍କ ତିଳେ ହେଲେ ଦରଦ ନଥିବାରୁ ସେମାନେ ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ବୋଲି ରାହୁଲ କହିଛନ୍ତି। ଗୁଜରାଟ ମଡେଲ କେବଳ କିଛି ଉଦ୍ୟୋଗପତିଙ୍କୁ ହିଁ ସନ୍ତୁଷ୍ଟ କରିପାରିଛି। ଗରିବଙ୍କ ଜମି, ବିଦ୍ୟୁତ, ପାଣି କେବଳ ଉଦ୍ୟୋଗପତିଙ୍କୁ ଦିଆଚାଲିଛି। ଲୋକଙ୍କ ସମସ୍ୟା ପ୍ରତି ଅଣଦେଖା କରିଚାଲିଥିବା ଏହି ସରକାରକୁ ନିର୍ବାଚନରେ ଭୋଟର୍‌ କଡ଼ା ଜବାବ ଦେବେ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe