ବିହାର ନିର୍ବାଚନ: ଖଡ଼ଗେ, ରାହୁଲଙ୍କୁ ଭେଟିଲେ ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନକୁ ନେଇ ହସ୍ତଗତ ହୋଇଛି ଏକ ବଡ଼ ଖବର। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସେମାନେ ଆରଜେଡି ସହିତ ମହାଗଠବନ୍ଧନରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ।

କ୍ତୀୂି

ପାଟ୍‌ନା: ବିହାର ବିଧାନସଭା ନିର୍ବାଚନକୁ ନେଇ ହସ୍ତଗତ ହୋଇଛି ଏକ ବଡ଼ ଖବର। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସେମାନେ ଆରଜେଡି ସହିତ ମହାଗଠବନ୍ଧନରେ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ।

ବିହାର ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ବଡ଼ ଧରଣର ବୈଠକର ଆୟୋଜନ କରାଯାଇଥିଲା । ବିହାରା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆଜି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । ମହାଗଠବନ୍ଧନ ଆସନ ଭାଗବଣ୍ଟାକୁ ନେଇ ବୈଠକରେ ଚର୍ଚ୍ଚା କରାଯାଇଥିବା ସୂଚନା ମିଳିଛି ।

ତେବେ ଏପ୍ରିଲ ୧୭ ତାରିଖରେ ବିହାରରେ ଆଉ ଏକ ବ ଧରଣର ବୈଠକ ବସିବାକୁ ଯାଉଛି ବୋଲି ତେଜସ୍ବୀ ସୂଚନା ଦେଇଛନ୍ତି । ଏଥିସହ ନୀତିଶ କୁମାରଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ବିଜେପି ଦ୍ବାରା ହାଇଜାକ ହୋଇଯାଇଛନ୍ତି । ତାଙ୍କ ଶାସନକାଳରେ ବିହାର ବିକାଶ ବଦଳରେ ବିନାଶ ଆଡକୁ ମୁହାଁଉଛି ।

ଯଦି ଆମେ ରାହୁଲ ଗାନ୍ଧୀ ଏବଂ ବିହାର କଂଗ୍ରେସର ନେତାମାନଙ୍କ କଥା ଏବଂ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା, ତେବେ ମନେହୁଏ ଯେ ଅନ୍ୟ କିଛି ରଣନୀତି ଉପରେ ମଧ୍ୟ କାମ କରାଯାଉଛି, ଯାହା ବକ୍ତବ୍ୟ ସହିତ ମେଳ ଖାଉ ନାହିଁ। .

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe