ନୂଆଦିଲ୍ଲୀ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ୩୧ ଜଣିଆ ପିସିସି ସମନ୍ଵୟ କମିଟି ଗଠନକୁ ଅନୁମୋଦନ ପ୍ରଦାନ କରିଛନ୍ତି। କଂଗ୍ରେସର ସାଧାରଣ ସଂପାଦକ ଅଶୋକ ଗେହଲଟଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ ୩୧ ଜଣିଆ ପିସିସି ସମନ୍ଵୟ କମିଟିର ଅଧ୍ୟକ୍ଷ ରୂପେ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ସମନ୍ଵୟ କମିଟିର ସଂଯୋଜକ ରୂପେ ମନୋନୀତ କରାଯାଇଥିବା ବେଳେ ସଦସ୍ୟ ରୂପେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ନେତ୍ରୀ ସୁଶିଲା ତିରିଆ, ବିଜୟ ଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଜି. ରୁଦ୍ର ରାଜୁ, ଅନୀଲ କୁମାର ଚୌଧୁରୀ, ମସ୍ତାନ ଅଲ୍ଲୀ, ଆଦିତ୍ୟ ଶର୍ମା, ଚିରଂଜୀବ ବିଶ୍ୱାଳ, ନବ କିଶୋର ଦାସ, ପ୍ରଦୀପ ମାଝି, ତାରାପ୍ରସାଦ ବାହିନୀପତି, ଭକ୍ତଚରଣ ଦାସ, ହେମାନନ୍ଦ ବିଶ୍ୱାଳ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠି, କାହ୍ନଚରଣ ଲେଙ୍କା, ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ, ଶରତ ପଟ୍ଟନାୟକ ବିଶ୍ୱରଂଜନ ମହାନ୍ତି, କିଶୋର ଚନ୍ଦ୍ର ପଟେଲ, ଶେଖ୍ ମତଲୁବ ଅଲ୍ଲୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ଇଂଜିନିୟର ମହମ୍ମଦ ମକିମ ଓ ଶ୍ୟାମସୁନ୍ଦର ହାଂସଦା ପିସିସି ସମନ୍ଵୟ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।
୩୧ ଜଣିଆ ପିସିସି ସମନ୍ଵୟ କମିଟି
Advertisment
Follow Us