ଗୁଜରାଟ ଚକ୍ରବ୍ୟୁହ ଅତିକ୍ରମ କରି ମୋଦିଙ୍କ ଅଞ୍ଚଳରେ ପହଞ୍ଚିଲେ ରାହୁଲ

Advertisment
ଗୁଜୁରାଟ କଂଗ୍ରେସକୁ ବଡ ଝଟକା, ଇସ୍ତଫା ଦେଲେ ଅଳ୍ପେଶ ଠାକୁର

ନୂଆଦିଲ୍ଲୀ: ଗୁଜରାଟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିକୁ ଗାଦି ଚ୍ୟୁତ କରିବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦିନ-ରାତି ଏକ କରି ଦେଇଛନ୍ତି। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବାକୁ ଓହ୍ଲାଇଛନ୍ତି। ରାହୁଲ ଶୁକ୍ରବାର ଠାରୁ ୪ର୍ଥ ତିନି ଦିବସୀୟ ଗୁଜରାଟ ଗସ୍ତ କରିଛନ୍ତି। ମିଶନ ଗୁଜରାଟ ଅଭିଯାନରେ ରାହୁଲ ସୌରାଷ୍ଟ୍ର ଅଞ୍ଚଳରେ ପୂର୍ବରୁ ପ୍ରଚାର କରିଛନ୍ତି। ଏବେ ୪ର୍ଥ ଗସ୍ତରେ ନରେନ୍ଦ୍ର ମୋଦିଙ୍କ ଅଞ୍ଚଳ କୁହାଯାଉଥିବା ଉତ୍ତର ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ମାଁ ଅମ୍ବାଜୀଙ୍କ ପ୍ରସିଦ୍ଧ ମନ୍ଦିରରେ ମୁଣ୍ଡିଆ ମାରିବେ।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅମ୍ବାଜୀ ମନ୍ଦିର ଗସ୍ତ କରିଥିଲେ। ୫୨ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ଅମ୍ବାଜୀ ମନ୍ଦିର ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଛି। ଉତ୍ତର ଗୁଜରାଟରେ ବିଜେପିର ମଜବୁତ ସ୍ଥିତି ଅଛି। କେବଳ ଏତିକି ନୁହେଁ ଗୁଜରାଟ ପାଟିଦାର ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ମଧ୍ୟ ଉତ୍ତର ଗୁଜରାଟ ଥିଲା। ଉତ୍ତର ଗୁଜରାଟରେ ରାହୁଲ ଯେଉଁ ରାସ୍ତା ଦେଇ ପ୍ରଚାର କରିବେ ସେହି ଅଞ୍ଚଳରେ ପାଟିଦାର ସମ୍ପ୍ରଦାୟର ଅଧିକାଂଶ ଲୋକ ବସବାସ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe