ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ରାଜସ୍ଥାନରେ ମିଳିବ ନାହିଁ ଟିକେଟ: ରାହୁଲ ଗାନ୍ଧୀ

Advertisment
ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ରାଜସ୍ଥାନରେ ମିଳିବ ନାହିଁ ଟିକେଟ: ରାହୁଲ ଗାନ୍ଧୀ

ଜୟପୁର: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସ ଶଙ୍ଖ ବଜାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ରାଜଧାନୀ ଜୟପୁରରେ କହିଛନ୍ତି, ଅନ୍ୟ ଦଳରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କୁ ଆଗାମୀ ବିଧାନସଭାରେ ଟିକେଟ ମିଳିବ ନାହିଁ। ରାମଲୀଳା ପଡ଼ିଆରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି, ନିର୍ବାଚନ ପରେ କଂଗ୍ରେସ ପାର୍ଟି କର୍ମକର୍ତ୍ତାଙ୍କର ସରକାର ଗଠନ ହେବ ଓ ସରକାର ଗଠନ ହେବା ପରେ କର୍ମକର୍ତ୍ତାଙ୍କର ଶୁଣାଣି ହେବ। ରାହୁଲ ଗାନ୍ଧୀ ରାଫେଲ ଡିଲ, ମହିଳା ସୁରକ୍ଷା, ଚାଷୀ ଆତ୍ମହତ୍ୟା ଓ ଜିଏସ୍‌ଟିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କିନ୍ତୁ ରାହୁଲଙ୍କ ଭାଷଣରେ ସ୍ଥାନୀୟ ପ୍ରସଙ୍ଗ ଉପରେ କିଛି ନଥିଲା।

ସୂଚନାଯୋଗ୍ୟ ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଓ ବିଜେପି ନିଜର ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ଜୟପୁରରେ ଶନିବାର ରାହୁଲ ଗାନ୍ଧୀ ରୋଡ ସୋ’ ପରେ ରାମଲୀଳା ପଡ଼ିଆରେ ସ୍ଥାନୀୟ ଜନତାଙ୍କୁ ସମ୍ବୋଧନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe