Image Courtesy of TOI
ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସୋମନାଥ ମନ୍ଦିର ଦର୍ଶନ କରି ତିନି ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି।
ଗସ୍ତ କାଳରେ ରାହୁଳ ଗାନ୍ଧୀ ନିର୍ବାଚନ ଫଳାଫଳ ସମୀକ୍ଷା କରିବାକୁ ନବ ନିର୍ବାଚିତ ସମସ୍ତ ବିଧାୟକ, ନେତା ଏବଂ ଦଳୀୟ କର୍ମୀମାନଙ୍କ ସହ ବୈଠକ କରିବେ।
ସୋମବାର ଦିନ ଗୁଜରାଟ ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଏହା ହେଉଛି ରାହୁଳଙ୍କ ପ୍ରଥମ ଗୁଜରାଟ ଗସ୍ତ। କଂଗ୍ରେସ ତାହାର ମେଣ୍ଟ ଦଳଙ୍କ ସମେତ ୮୦ଟି ଆସନରେ ବିଜୟୀ ହୋଇ ବିଜେପିକୁ ୧୦୦ ରୁ କମ୍ ଆସନ ଜିଣିବାରେ ସୀମିତ କରିଥିଲା।
ଗୁଜରାଟକୁ ବିଜେପିର ଦୁର୍ଗ ବୋଲି ବିବେଚନା କରାଯାଏ।
ଅହମଦାବାଦର ଜିଏନ୍ବିସି ପଡ଼ିଆରେ ଥିବା ଗୁଜରାଟ ୟୁନିଭର୍ସିଟି କନ୍ଭେନ୍ସନ୍ ହଲ୍ରେ କଂଗ୍ରେସ ପାର୍ଟି ଓ୍ଵାକର୍ସଙ୍କର ଏକ ମିଳନ ଅନୁଷ୍ଠିତ ହେବ।
୨୨ ବର୍ଷ ଧରି ଗୁଜରାଟ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିକୁ କ୍ଷମତାଚ୍ୟୁତ କରିବାରେ କାହିଁକି ବିଫଳ ହେଲା କଂଗ୍ରେସ ତାହାର ସମୀକ୍ଷା କରିବ।
Follow Us