ଭାରତରେ କଂଗ୍ରେସ ଶାସନ କାଳରେ ବୁଲେଟ ଟ୍ରେନ୍‌ ଚଳାଚଳ ସମ୍ଭବ: ରାହୁଲ

ଭାରତରେ କଂଗ୍ରେସ ଶାସନ କାଳରେ ବୁଲେଟ ଟ୍ରେନ୍‌ ଚଳାଚଳ ସମ୍ଭବ: ରାହୁଲ

ଆମେଠି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି, ଭାରତରେ କଂଗ୍ରେସ ଶାସନ କାଳରେ କେବଳ ବୁଟେଲ ଟ୍ରେନ ଚଳାଚଳ କରିବା ସମ୍ଭବ ହେବ। ନିଜର ଲୋକସଭା ମଣ୍ଡଳୀ ‘ଆମେଠି’ ଗସ୍ତରେ ରାହୁଲ ଏହା କହିଛନ୍ତି। ସେ କହିଛନ୍ତି, ଗୁଜୁରାଟର ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚଳାଚଳ କରିବାକୁ ଥିବା ପ୍ରସ୍ତାବିତ ବୁଲେଟ ଟ୍ରେନ ବିଜେପି ଶାସନ କାଳରେ ସମ୍ଭବ ନୁହେଁ। ଏହି ଯାଦୁକାରୀ ଟ୍ରେନ କଂଗ୍ରେସ ଶାସନ କାଳରେ ଚାଲିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଜାପାନ ସମକକ୍ଷ ସିଞ୍ଜୋ ଆବେ ଗତ ବର୍ଷ ବୁଲେଟ ଟ୍ରେନ ପ୍ରକଳ୍ପ ଶୁଭାରମ୍ଭ କରିବାକୁ ଘୋଷଣା କରିଥିଲେ। କିଛି ଦିନ ତଳେ ଜଣେ ଅଧିକାରୀ କହିଥିଲେ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଜମି ଅଧିଗ୍ରହଣ ପାଇଁ ପୂରା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସେହିଭଳି ବ୍ରିଜ ଓ ସୁଡଙ୍ଗ ପାଇଁ ଡିଜାଇନ୍‌ ଚାଲିଛି।

ଅନ୍ୟପକ୍ଷରେ ଗତ ଜୁନ୍‌ ମାସରେ ଏକ ଖବର ସଂସ୍ଥା କହିଥିଲା, ଆଗାମୀ ଡିସେମ୍ବର ପର୍ଯ୍ୟନ୍ତ ସରକାର ଜମି ଅଧିଗ୍ରହଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ଏହାର ମୂଳ କାରଣ ହେଲା ଯେ, ଚାଷୀମାନେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଜାପାନ ସହାୟତା ଦେବ। ପ୍ରକଳ୍ପ ପାଇଁ ଭାରତୀୟ ରେଳ ଓ ଜାପାନର ଶିଙ୍କାନସେନ ଟେକନୋଲୋଜି ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe