ମନ୍ଦିର ଯିବେ ରାହୁଲ ଗାନ୍ଧୀ, ଜୟପୁରରୁ କଂଗ୍ରେସ ଆରମ୍ଭ କରିବ ନିର୍ବାଚନ ପ୍ରଚାର ଅଭିଯାନ

Advertisment
ମନ୍ଦିର ଯିବେ ରାହୁଲ ଗାନ୍ଧୀ, ଜୟପୁରରୁ କଂଗ୍ରେସ ଆରମ୍ଭ କରିବ ନିର୍ବାଚନ ପ୍ରଚାର ଅଭିଯାନ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜସ୍ଥାନ ଗସ୍ତ ଶେଷ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୟପୁର ଗସ୍ତ କରୁଛନ୍ତି। ଗସ୍ତ କାଳରେ ରାହୁଲ ଗଣେଶ ମନ୍ଦିର ଓ ଗୋବିନ୍ଦ ଦେବ ମନ୍ଦିର ଯିବାର ଯୋଜନା କରିଛନ୍ତି। କଂଗ୍ରେସ ସଚିବ ସଚିନ ପାଇଲଟ ଜୟପୁରରେ ଅଗଷ୍ଟ ୧୧ରେ ରାହୁଲଙ୍କ ସଭାରେ ନିଜର ପାରିବା ପଣିଆ ଦେଖାଇବେ।

ରାହୁଲ ଗାନ୍ଧୀଙ୍କ ସଭାକୁ ଐତିହାସିକ ରୂପ ଦେବା ପାଇଁ ପାଇଲଟ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏହି ଯାତ୍ରା ପରେ କଂଗ୍ରେସର ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହେବ। ରାହୁଲ ଗାନ୍ଧୀଙ୍କ ପାଇଁ ଯେଉଁ ପ୍ଲାନ ପଠାଯାଇଛି, ଏଥିରେ ବିମାନ ବନ୍ଦରରେ ରାହୁଲ ଓହ୍ଲାଇବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ଏକାଠି ହେବେ। ଏକ ବିଶାଳ ରୋଡ ସୋ’ରେ ରାହୁଲ ଜୟପୁରସ୍ଥିତ ରାମଲୀଳା ପଡ଼ିଆରେ ପହଞ୍ଚିବେ। ଏହା ପୂର୍ବରୁ ରାହୁଲ ରାସ୍ତାରେ ପଡୁଥିବା ମୋତି ଡୁଙ୍ଗରୀସ୍ଥିତ ଗଣେଶ ମନ୍ଦିର ଓ ଏହା ପରେ ଜୟପୁରର ପ୍ରସିଦ୍ଧ ଗୋବିନ୍ଦ ଦେବ ମନ୍ଦିର ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe