୨୦୧୯ରେ ମୋଦିଙ୍କ ପ୍ଲାନ ହେବ ଦାଉଦକୁ ଭାରତ ଆଣିବା: ରାଜ ଠାକରେ

ଦଙ୍ଗା ଅଥବା କାରଗିଲ ଭଳି ଯୁଦ୍ଧ ପ୍ରସ୍ତତ କରିପାରନ୍ତି ମୋଦି

୨୦୧୯ରେ ମୋଦିଙ୍କ ପ୍ଲାନ ହେବ ଦାଉଦକୁ ଭାରତ ଆଣିବା: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ ଗୁରୁବାର କହିଛନ୍ତି, ୨୦୧୯ରେ ନରେନ୍ଦ୍ର ମୋଦି ଦଙ୍ଗା, ଦାଉଦ ଅଥବା କାରଗିଲ ଭଳି ଯୁଦ୍ଧ କରିବାକୁ ଭଳି ଯୁଦ୍ଧ ଯୋଜନା ପ୍ରସ୍ତତ କରିପାରନ୍ତି। ନୋଟବନ୍ଦୀ, ମୋଦି ସରକାରଙ୍କ କାର୍ଯ୍ୟକ୍ରମ, ଗୁଜରାଟ ନିର୍ବାଚନ, ବିଜେପିର ରାଜନୀତି ଓ ଭବିଷ୍ୟତରେ ବରୋଧୀଙ୍କ ଭୂମିକା ଉପରେ ଆଧାରିତ ଏକ ନିଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ ଠାକରେ ଏହା କହିଛନ୍ତି।

ଅଧିବେଶନର ଆରମ୍ଭରେ ଆୟୋଜକ ତରଫୁର ସୋହିଲ ଯୋଶୀ ପଚରିଥିଲେ ଯେ, ନିକଟରେ ଆପଣ ଏକ କାର୍ଟୁନରେ ଦାଉଦ ଇବ୍ରାହିମ ଓ ନରେନ୍ଦ୍ର ମୋଦିଙ୍କୁ ଏକ ସାଥୀରେ କାହିଁକି ଦେଖାଯାଇଥିଲା? ଉତ୍ତରରେ ରାଜ ଠାକରେ କହିଛନ୍ତି, ଏହି କାର୍ଟୁନ ମାଧ୍ୟମରେ ଏକ ବ୍ୟଙ୍ଗ କରିବାର ଥିଲା। ଠାକରେ କହିଛନ୍ତି, ମୋ ଜାଣତରେ ୨୦୧୯ ନିର୍ବାଚନ ପାଇଁ ବିଜେପି ସରକାର ପ୍ରସ୍ତୁତ କରିଛି ଯେ ଦାଉଦ ଇବ୍ରାହୀମ ପାକିସ୍ତାନରୁ ଭାରତ ଆସିବ। ତା’ପରେ ବିଜେପି ସରକାର କହିବେ ଏତେ ବର୍ଷ ପରେ ଦାଉଦକୁ ଭାରତକୁ ଆଣିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ହୋଇଛନ୍ତି।

ରାଜ ଠାକରେ କହିଛନ୍ତି, ଦାଉଦ ଇବ୍ରାହୀମ ଭାରତ ଆସିବାକୁ ଚାହୁଁଛି। ତା’ର ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଶେଷ ଜୀବନ ଭାରତରେ ବଞ୍ଚିବାକୁ ଆଶା କରୁଛି। ଦେଶରେ ମୋଦି ସରକାର ଏହାରି ମାଧ୍ୟମରେ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିିଛି। ଯଦି କୌଣସି କାରଣରୁ ଦାଉଦଙ୍କୁ ଆଣି ନପାରେ, ତା’ପରେ କୌଣସି ଦଙ୍ଗା ଅଥବା କାରଗିଲ ଭଳି ଯୁଦ୍ଧର ସାହାର ନେଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe