ଶରଦ ପାଓ୍ଵାରଙ୍କୁ ଭେଟିଲେ ରାଜ୍‌ ଠାକ୍‌ରେ, ଆସନ୍ତାକାଲି ମହାରାଷ୍ଟ୍ର ନବନିର୍ମାଣ ସେନାର ରାଲି

ଶରଦ ପାଓ୍ଵାରଙ୍କୁ ଭେଟିଲେ ରାଜ୍‌ ଠାକ୍‌ରେ, ଆସନ୍ତାକାଲି ମହାରାଷ୍ଟ୍ର ନବନିର୍ମାଣ ସେନାର ରାଲି

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ରବିବାର ହେବାକୁ ଥିବା ଦଳର ରାଲି ପୂର୍ବରୁ ଜାତୀୟବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ଏହା ପରେ ରାଜନୈତିଜ୍ଞ ବିଶେଷଜ୍ଞମାନେ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷରେ ଠାକ୍‌ରେ କହିଛନ୍ତି, ଏହା ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା। ନିକଟରେ ଶରଦ ପାଓ୍ଵାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭେଟିଥିଲେ।

ଏମ୍‌ଏନ୍‌ଏସ୍‌ ନେତା ଦକ୍ଷିଣ ମୁମ୍ବାଇସ୍ଥିତ ପାଓ୍ଵାରଙ୍କ ନିବାସରେ ତାଙ୍କୁ ଭେଟିଥିଲେ। ରାଜ୍‌ ଠାକରେ ରବିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶରଦ ପାଓ୍ଵାର, ରାଜ ଠାକ୍‌ରେଙ୍କ ସମ୍ପର୍କୀୟ ଭାଇ ଓ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ।

ଚର୍ଚ୍ଚା ଧରିଛି ଯେ, ରାହୁଲ ଗାନ୍ଧି ଓ ଶରଦ ପାଓ୍ଵାର ୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏର ମୁକାବିଲା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ବିରୋଧୀ ଦଳର ନେତାମାନେ ମେଳି ବାନ୍ଧୁଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ ଧରି କଥାବାର୍ତ୍ତା ହୋଇଛି। ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର, ବିହାରର ଅରରିଆ ଲୋକସଭା ଆସନରେ ବିଜେପି ହାରିବା ପରେ ରାଜନୈତିକ ପରିଦୃଶ୍ୟ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe