ରଜନୀକାନ୍ତ କରୁଛନ୍ତି ଟିଭି ଚାନେଲ! ଭୁଲ୍‌ କ୍ରମେ ପ୍ରଚାରିତ ହୋଇଗଲା ସୂଚନା

ରଜନୀକାନ୍ତ କରୁଛନ୍ତି ଟିଭି ଚାନେଲ! ଭୁଲ୍‌ କ୍ରମେ ପ୍ରଚାରିତ ହୋଇଗଲା ସୂଚନା

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ଯୋଜନା ସହ ନିଜ ମାଲିକାନାରେ ଏକ ଟେଲିଭିଜନ ଚାନେଲ୍‌ ଖୋଲିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ରଜନୀକାନ୍ତ କୌଣସିଠାରେ ଏକଥା ପ୍ରକାଶ କରି ନାହାନ୍ତି। ତାଙ୍କର ଏହି ଗୋପନ ଯୋଜନା ଭୁଲବଶତଃ ପ୍ରଚାରିତ ହୋଇଯାଇଛି।

publive-image

ଘଟଣାରୁ ପ୍ରକାଶ,ରଜନୀକାନ୍ତଙ୍କ ପକ୍ଷରୁ ରେଜିଷ୍ଟାର ଅଫ୍‌ ଟ୍ରେଡମାର୍କସ କାର୍ଯ୍ୟାଳୟକୁ ପଠାଯାଇଥିବା ଏକ ପତ୍ର ଭାଇରାଲ୍‌ ହେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ରଜନୀକାନ୍ତଙ୍କ ଅଫିସ୍‌ ତରଫରୁ ରେଜିଷ୍ଟାର ଅଫ୍‌ ଟ୍ରେଡମାର୍କସ୍‌ଙ୍କ ନିକଟକୁ ‘ରଜନୀ ଟିଭି’ର ଟ୍ରେଡମାର୍କ ପଞ୍ଜିକରଣ ଲାଗି ଆବେଦନ କରାଯାଇଛି।

ରଜନୀକାନ୍ତଙ୍କ ଲୋକ ସଂପର୍କ ଅଧିକାରୀ କହିଛନ୍ତି ଯେ ସେହି ପତ୍ର ଜନସାଧାରଣଙ୍କ ମଧ୍ୟରେ ପ୍ରସାର ଲାଗି ଉଦ୍ଦିଷ୍ଟ ନ ଥିଲା। କିଏ କାହିଁକି ଏହାକୁ ଭାଇରାଲ୍‌ କଲା ତାହା ଆମେ ଜାଣୁନାହୁଁ। ଅନ୍ୟପକ୍ଷରେ ଗଣମାଧ୍ୟମ ବାରମ୍ବାର ରଜନୀକାନ୍ତଙ୍କ ବକ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରୁଥିବାରୁ ସେ ନିଜର ଏକ ଟିଭି ଚାନେଲ୍‌ କରୁଥାଇପାରନ୍ତି ବିଶେଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe