ନୂଆଦିଲ୍ଲୀ: ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଭରିବା ନେଇ ସୂଚନା ମିଳିଥିବା ବେଳେ ନୀତୀଶ ରାଜ୍ୟସଭା ଯିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇସାରିଛି । କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଗୋଟେ ପଟେ ନୀତୀଶ କୁମାର ରାଜ୍ୟସଭା ଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ନୀତୀଶଙ୍କ ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ବି ଚର୍ଚ୍ଚା ଜୋର ଧରିଲାଣି । ଆସନ୍ତାକାଲି ପରେ ବିହାର ରାଜନୀତିରେ ବଡ଼ ଅଦଳବଦଳ ଦେଖିବାକୁ ମିଳିବ । ଏହାକୁ ନେଇ ଏବେ ବିହାର ଠାରୁ ଦିଲ୍ଲୀ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

Advertisment
Nitish Kumar
Nitish Kumar Photograph: (sambad.in)

ଆହୁରି ପଢନ୍ତୁ- Middle East tensions: ମଧ୍ୟପ୍ରାଚ୍ୟ ଉତ୍ତେଜନା: ଭାରତ ପାଖରେ ୪୫ ଦିନର ତୈଳ ଗଚ୍ଛିତ, ମୂଲ୍ୟ ବୃଦ୍ଧି ନେଇ ବଢ଼ିଲା ଚିନ୍ତା

ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ରହିଛି । କିଛି ବିଶ୍ଳେଷକ କହୁଛନ୍ତି କି, ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇପାରେ । ଏହାରି ମଧ୍ୟରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ ଝା ଦିଲ୍ଲୀରୁ ଆସି ପାଟନାରେ ପହଂଚିଛନ୍ତି । ସେ ନୀତୀଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ରାଜୀବ ରଂଜନ ସିଂ ମଧ୍ୟ ପାଟନା ଆସୁଛନ୍ତି ବୋଲି କୁହାଯାଉଛି । 

ଆହୁରି ପଢନ୍ତୁ- Nitish Kumar: ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଆସନ୍ତାକାଲି ଭରିପାରନ୍ତି ନାମାଙ୍କନ ?

ବିହାରରେ ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଜେଡିୟୁର ଦ୍ୱିତୀୟ ଆସନ ପାଇଁ ପ୍ରାର୍ଥୀକୁ ନେଇ ଏବେ ବି ମନ୍ଥନ ଜାରି ରହିଛି । 
ସେପଟେ ବିଜେପି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଆରଜେଡି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ କୁହାଯାଉଛି କି, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରାର୍ଥୀ ହୋଇପାରନ୍ତି । ସେ ଏବେ ରାଘବପୁର ଆସନରୁ ବିଧାୟକ ଅଛନ୍ତି । ଏହାସହ ବିହାର ବିଧାନସଭାରେ ସେ ବିରୋଧୀଦଳ ନେତା ମଧ୍ୟ ଅଛନ୍ତି । କୁହାଯାଉଛି କି, ତେଜସ୍ୱୀ ଯାଦବ ଏହି ରାଘବପୁର ଆସନ ତାଙ୍କ ପତ୍ନୀଙ୍କୁ ଛାଡ଼ି ପାରନ୍ତି ।