ଆସିକାରୁ ରାମକୃଷ୍ଣ ସିପିଆଇ ପ୍ରାର୍ଥୀ

Advertisment
ଆସିକାରୁ ରାମକୃଷ୍ଣ ସିପିଆଇ ପ୍ରାର୍ଥୀ

ଆସିକା : ଆଗାମୀ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର କିଛି ଆସନ‌ରେ କଂଗ୍ରେସ ସହ ସିପିଆଇ ମେଣ୍ଟ କରିବ। ଏ ନେଇ ଦୁଇ ଦଳ ମଧ୍ୟରେ ବୁଝାମଣା ଚାଲିଛି। ତେବେ, ଆସିକା ଆସନରେ ସିପିଆଇ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସମର୍ଥନରେ ରାମକୃଷ୍ଣ ପଣ୍ଡା ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ସ୍ଥାନୀୟ ଟାଉନହଲ୍‌ ଠାରେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ସିପିଆଇର କର୍ମୀ ସମାବେଶ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସିକା ଜୋନ ସଂପାଦକ ପୀତବାସ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe