ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ: ଶ୍ରୀମୟୀ ମିଶ୍ର

Advertisment

ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ।

ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ।

New Project (9)

ଭୁବନେଶ୍ବର: ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର ମଙ୍ଗଳବାର ସନ୍ଧ୍ୟାରେ ଏହା କହିଛନ୍ତି। 

ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ସେୟାର କରି ଶ୍ରୀମତୀ ମିଶ୍ର କହିଛନ୍ତି, ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗାରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ୍ ମନେ କରୁନାହିଁ। 

ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ବିଜଡେି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।

ଦଳ ବିରୋଧୀ ବୟାନ ମହଙ୍ଗା ପଡ଼ିଲା: ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କଲା ବିଜେଡି

ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡ଼ିଥିଲେ। କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ। ଦୁର୍ଗାପୂଜା ଓ ମା' ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ, 'ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି। କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ। ଏହି ଶ୍ଳୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ। ଓଡ଼ିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ। ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି। କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ?  ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ। ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର '।

 BJD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe