ବିଜେପୁର ଉପନିର୍ବାଚନ: ୫ରେ ବିଜେଡି ପକ୍ଷରୁ ରିତା ସାହୁ କରିବେ ନାମାଙ୍କନ

ବିଜେପି ଓ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ନେଇ ଚାଲିଛି ଅଙ୍କ କଷାକଷି

ବିଜେପୁର ଉପନିର୍ବାଚନ: ୫ରେ ବିଜେଡି ପକ୍ଷରୁ ରିତା ସାହୁ କରିବେ ନାମାଙ୍କନ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ସେତିକି ସକ୍ରିୟ ହୋଇ ଉଠିଛନ୍ତି। ବିଜେପୁରକୁ ହାତେଇବା ପାଇଁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଯେମିତି ଭିତରେ ଭିତରେ ପ୍ରଚାର ଚଳାଇଛି ବିଜୁ ଜନତା ଦଳ ମଧ୍ୟ ଯୋରଦାର ରଣନୀତି ପ୍ରସ୍ତୁତ କରୁ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ନବୀନ ନିବାସରେ ଏକ ବୈଠକ ବସିଛି। ବୈଠକରେ ବିଜେପୁର ପାଇଁ ପର୍ଯ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଗାମୀ ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କରିବେ।

publive-image

ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ନାରାୟଣ ସାହୁ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ତାଙ୍କୁ ଦଳୀୟ ଟିକେଟ ମିଳି ନାହିଁ। ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥି ସୁନିଶ୍ଚିତ ହୋଇଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ କିଏ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ରିପୁନାଥ ସେଠୀ ଓ ପ୍ରଣୟ ସାହୁଙ୍କ ମଧ୍ୟରୁ କେହି ଜଣେ ଟିକେଟ ହାତେଇବେ କିନ୍ତୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ପରେ ଏହା ସ୍ପଷ୍ଟ ହେବ।

ସୂଚନା ଅନୁସାରେ ଆଗାମୀ ଫେବ୍ରୁଆରି ୨୪ରେ ମତଦାନ ହେବ। ଫେବ୍ରୁଆରି ୨୮ରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ଏଥି ପାଇଁ ଫେବ୍ରୁଆରି ୬ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଫେବ୍ରୁଆରି ୭ରେ ନାମାଙ୍କନ ଯାଞ୍ଚ ହେବ। ସେହିଭଳି ଫେବ୍ରୁଆରି ୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହର ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ନିର୍ବଚନ କମିସନଙ୍କ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe