ହରିୟାଣାର ମନ୍ତ୍ରୀ କହିଲେ, ଜ୍ୟୋତିରାଦିତ୍ୟଙ୍କ ପରେ ସଚିନ୍ ପାଇଲଟ୍ ବି କଂଗ୍ରେସ ଛାଡ଼ିବେ

Advertisment
ହରିୟାଣାର ମନ୍ତ୍ରୀ କହିଲେ, ଜ୍ୟୋତିରାଦିତ୍ୟଙ୍କ ପରେ ସଚିନ୍ ପାଇଲଟ୍ ବି କଂଗ୍ରେସ ଛାଡ଼ିବେ

ସିରସା: ମଧ୍ୟପ୍ରଦେଶ ପରେ ଏବେ ଚର୍ଚ୍ଚା ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି। ଏଭଳି ସମୟରେ ଏକଥା ଉଠିଛି ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହାପରେ ମଧ୍ୟପ୍ରଦେଶ ଧାରାରେ ରାଜସ୍ଥାନରେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ଦେଖି ଦେଇଛି।

ଏହି କଥାକୁ ନେଇ ହରିୟାଣାର ବିଦ୍ୟୁତ୍ ଓ ଜେଲ୍ ବିଭାଗର ମନ୍ତ୍ରୀ ରଣଜିତ ସିଂହ ଚୌଟାଲା କହିଛନ୍ତି ଯେ ଏବେ କଂଗ୍ରେସରେ କିଛି ନାହିଁ। ସବୁ ନେତା ଦଳ ଛାଡ଼ୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ୟୋତିରାଦିତ୍ୟଙ୍କ ପରେ ସଚିନ ପାଇଲଟ୍ ବି କଂଗ୍ରେସକୁ ଅଲବିଦା କରିବେ।

हरियाणा के मंत्री रणजीत चौटाला ने कहा-सिंधिया के बाद अब सचिन पायलट भी छोड़ेंगे कांग्रेस image source-jagran.com

ସୂଚନାଯୋଗ୍ୟ, ରଣଜିତ ସିଂହ ଚୌଟାଲା ରାନିୟାଁ ଆସନରୁ ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ନଥିଲା। ଏହାପରେ ସେ ଦଳ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ। ସେ ବିଜେପି ସରକାରକୁ ସମର୍ଥନ ଦେବା ନେଇ ପ୍ରଥମେ ଘୋଷଣା କରିଥିଲେ। ଏହାର ପୁରସ୍କାରସୂରୂପ ତାଙ୍କୁ ମନୋହରଲାଲ ଖଟ୍ଟର ସରକାରରେ ମନ୍ତ୍ରୀ କରାଯାଇଥିଲା।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ରଣଜିତ ସିଂହ ଚୌଟାଲା କହିଛନ୍ତି ଯେ କଂଗ୍ରେସ ଏବେ ଜିରୋ ହୋଇଯାଇଛି। ଏଭଳି ସ୍ଥିତିରେ କିଏ ବା ସେହି ଦଳରେ ରହିବ।
ସଚିନ ପାଇଲଟ୍ ଏବେ ବି ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବା ସଚିନଙ୍କୁ ଆଘାତ ଦେଇଥିଲା। ଏଣୁ ସେ ବି ଅସନ୍ତୁଷ୍ଟ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe