ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସପା-ବସପା-ଆରଏଲଡି ମହାଗଠବନ୍ଧନର ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବେ ବିଏସ୍‌ଏଫ୍‌ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବ

Advertisment
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସପା-ବସପା-ଆରଏଲଡି ମହାଗଠବନ୍ଧନର ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବେ ବିଏସ୍‌ଏଫ୍‌ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବ

Afternoon Voice

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉତ୍ତରପ୍ରଦେଶର ବରାଣସୀ ଆସନରୁ ବିଜେପି ପ୍ରାର୍ଥୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀ ରୂପେ ଲଢ଼ିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବଙ୍କୁ ମନୋନୀତ କରିଛି। ପୂର୍ବରୁ ସପା-ବସପା-ଆରଏଲ୍‌ଡି ମହାଗଠବନ୍ଧନର ପ୍ରାର୍ଥୀ ରୂପେ ସପା ଶାଲିନୀ ଯାଦବଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ପ୍ରତ୍ୟାହାର କରିଆଣି ତାଙ୍କ ସ୍ଥାନରେ ବିଏସ୍‌ଏଫ୍‌ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବଙ୍କୁ ନିଜର ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିଛି। ସପାର ଏହି ଶେଷ ମୁହୂର୍ତ୍ତ ନିଷ୍ପତ୍ତି ଆଜି ତମାମ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

publive-image Latestly

କାରଣ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ସପାର ଦଳୀୟ ପ୍ରାର୍ଥୀ ହୋଇଥିବା ବିଏସ୍‌ଏଫ୍‌ର ବହିଷ୍କୃତ ଯବାନ ତେଜ୍‌ ବାହାଦୂର ଯାଦବ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ସେନା ବାହିନୀରେ ଯବାନମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ କରି ଏକ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଥିଲେ। ତେଜ୍‌ ବାହାଦୂର ସୋସିଆଲ ମିଡିଆରେ ଭାଇରାଲ ହେବାସହ ଏହି ଘଟଣାକୁ କେନ୍ଦ୍ର କରି ତମାମ ଦେଶରେ ତର୍କ ବିତର୍କ ସୃଷ୍ଟି ହୋଇଥିଲା। ଏବଂ ଯାହା ଫଳରେ ତେଜ୍‌ ବାହାଦୂରଙ୍କୁ ଚାକିରୀରୁ ବହିଷ୍କୃତ କରିଥିଲା ବିଏସ୍‌ଏଫ୍‌। ଚାକିରୀରୁ ବହିଷ୍କୃତ ତେଜ୍‌ ବାହାଦୂର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ବରାଣସୀରେ ନିଜର ପ୍ରଚାର ଆରମ୍ଭ କରି ଦେଇଥିଲେ।

ଏବେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ନିଜ ନିର୍ବାଚନ ପ୍ରଚାରର ମାଧ୍ୟମ କରିଥିଲା ବେଳେ ତାଙ୍କ ବିରୋଧରେ ସପା ଜଣେ ବହିଷ୍କୃତ ଯବାନଙ୍କୁ ପ୍ରାର୍ଥୀ କରିବା ଘଟଣା ଆଳୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe