ସମତାକ୍ରାନ୍ତି ଦଳର କାର୍ଯ୍ୟକାରିଣୀ ବୈଠକ

ସମତାକ୍ରାନ୍ତି ଦଳର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌ ଶକ୍ତି, ପିଇବା ପାଣି, ଜଳସେଚନ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭ୍ରଷ୍ଟାଚାର ଓ ଦୁର୍ନୀତି ବଢ଼ି ବଢ଼ି ଚାଲିଛି, କୃଷି ଓ କୃଷକ ସଂକୁଚିତ ହେବାରେ ଲାଗିଛି, କର୍ମନିଯୁକ୍ତି ଅଭାବରୁ ଶିକ୍ଷତ ବେକାରୀ ହୋଇ ବସିଛନ୍ତି, କୃଷକ ରାଜ୍ୟ ବାହରକୁ ଦାଦନ ଖଟିବାକୁ ଯାଉଛି, ଚାଷୀ ଆତ୍ମହତ୍ୟା କରୁଛି। ତେଣୁ ଆସନ୍ତା ୨୦୧୯ ନିର୍ବାଚନରେ ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ଦେବା ଦରକାର। ରାଜ୍ୟର ଏଭଳି ଦୁରବସ୍ଥା ସୁଧାରିବାକୁ ହେଲେ କ୍ଷମତାର ପରିବର୍ତ୍ତନ ଆବଶ୍ୟକ ବୋଲି ଆଜି ଲୋହିଆ ଏକାଡେମିଠାରେ ଆୟୋଜିତ ସମତାକ୍ରାନ୍ତି ଦଳର କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଛି।

ସଭାପତି ପ୍ରଶାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ସଂଯୋଜକ ଯଜ୍ଞେଶ୍ବର ବାବୁ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଏନ୍‌ଡିଏ ସରକାର ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ିବାକୁ ବସିଲାଣି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ, ଯୁବ ସମତା ସଭାପତି ସାରଦା ପ୍ରସନ୍ନ ସ୍ବାଇଁ, ପ୍ରଭାତ ସାମନ୍ତରା, ଗୟାଧର ମଲ୍ଲିକ, ଗୋପୀନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe