Sarpanch and samiti members joins in BJP in Bhadrak. Photograph: (sambad.in)
ଭଦ୍ରକ/ରାଣୀତାଲ (ହରିହର ନାୟକ): ସବୁ କଳ୍ପନା କଳ୍ପନାର ଅନ୍ତ ଘଟାଇ ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତ ସରପଞ୍ଚ ତିଳୋତ୍ତମା ମହାପାତ୍ର, ପୂର୍ବତନ ସରପଞ୍ଚ ବିଜୟକୁମାର ମହାପାତ୍ର, ରମ୍ଭିଳା ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା, ରମ୍ଭିଳା ସମିତି ସଭ୍ୟା ସସ୍ମିତା କୁମାରୀ ନାୟକ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ମିଶିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡି ନେତ୍ରୀ ତଥା ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର ଓ ତାଙ୍କ ସ୍ୱାମୀ ବିଜେଡି ନେତା ବିଜୟକୁମାର ମହାପାତ୍ର ବିଜେପି ଦଳରେ ବିଧିବଦ୍ଧ ଭାବରେ ଯୋଗଦେଇଛନ୍ତି। ସେମାନେ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବେଳେ ୨୦୧୮ରେ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ମିଶିଥିଲେ। କିନ୍ତୁ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Road Accident: ଯୁବକଙ୍କ ଉପରେ ଚଢ଼ିଗଲା ଜେସିବି, ଅଜଣା ଗାଡ଼ି ଧକ୍କାରେ ନାବାଳକର ମୃତ୍ୟୁ
ଶକ୍ତିଶାଳୀ ହେବ ବିଜେପି!
ଦୀର୍ଘ ୩୦ବର୍ଷ ଧରି ଜଗଦଳପୁରର ରାଜନୀତିର ମଙ୍ଗ ଧରିଥିବା ଏହି ମହାପାତ୍ର ପରିବାରର ରାଣୀତାଲ ଅଞ୍ଚଳରେ ଦବଦବା ରହିଛି। ସେହି ଭଳି ରମ୍ଭିଳା ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରେ ବିଜୁଜନତା ଦଳ ଦେଇ ଆଜି ବିଜେପିରେ ଯୋଗ ଦାନ କରୁଛନ୍ତି। ଏହି ନେତାଙ୍କ ଯୋଗଦାନ ପରେ ରାଣୀତାଲ ଅଞ୍ଚଳରେ ବିଜେପିର ଶକ୍ତି ବୃଦ୍ଧି ହୋଇଥିବା ବେଳେ ବିଜୁ ଜନତା ଦଳ ଦୁର୍ଗ ଭାଙ୍ଗିପଡିଛି। ଆଗାମୀ ଦିନରେ ଏହି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନର ବହୁ ନେତା ଓ କର୍ମୀ ବିଜେପିରେ ମିଶିବେ ବୋଲି ସୂଚନା ମିଳିଛି। ଆଜିର ଏହି ମିଶ୍ରଣ ପର୍ବ ପରେ ବିଜେପି କର୍ମୀ ଓ ନେତାଙ୍କ ଭିତରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଭାଡ଼ି ଖାଲି ହୋଇଯିବ ବୋଲି ହେଉଛି ଆଲୋଚନା।
ଆହୁରି ପଢ଼ନ୍ତୁ: Strike: ବିଡିଓଙ୍କ ବଦଳି ଦାବିରେ ସରପଞ୍ଚ ସଂଘର ଆନ୍ଦୋଳନ, ଏମିତି ଦେଲେ ଚେତାବନୀ
Follow Us