ନିର୍ବାଚନ ଲଢ଼ୁଥିବା ‘ଦାଗୀନେତା’ଙ୍କ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ହରଡ଼ଘଣାରେ ନିର୍ବାଚନ କମିଶନ

Advertisment
ନିର୍ବାଚନ ଲଢ଼ୁଥିବା ‘ଦାଗୀନେତା’ଙ୍କ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ହରଡ଼ଘଣାରେ ନିର୍ବାଚନ କମିଶନ

ANI

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବା ‘ଦାଗୀନେତା’ମାନଙ୍କ ପାଇଁ ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ଏକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବା ଘଟଣା ନିର୍ବାଚନ କମିଶନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ବଦଳରେ ତାକୁ ଅବମାନନା କରା ଯାଇଥିବା ଦର୍ଶାଇ ନିର୍ବାଚନ କମିଶନଙ୍କ ଉପରେ ଆଜି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଗତ ୨୦୧୮ ସେପେଟମ୍ବର ୨୫ ତାରିଖରେ ସୁପ୍ରିମ୍‌ କୋର୍ଟ ଦେଶର ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜରି କରିଥିଲେ। ଯେଉଁଥିରେ, ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ସେମାନଙ୍କ ବିରୋଧରେ ରହିଥିବା ସମସ୍ତ ଅପରାଧିକ ମାମଲାର ସବିଶେଷ ବିବରଣୀ, ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ, ବିଜ୍ଞାପନ ଆକାରରେ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଏହି ନିର୍ଦ୍ଦେଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ମଧ୍ୟ କହିଥିଲେ।

publive-image

ତେବେ, ବର୍ତ୍ତମାନ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥଲେ ସୁଦ୍ଧା ନିର୍ବାଚନ କମିଶନ ସୁପ୍ରିମ୍‌ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ନିର୍ଦ୍ଦେଶର ଅବମାନନା କରିଥିବା ଦର୍ଶାଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ନିର୍ବାଚନ କମିଶନଙ୍କ ବିରୋଧରେ ଏକ କୋର୍ଟ ଅବମାନନା ମାମଲା ଆଗତ କରିଥିଲେ।

publive-image

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ରୋହିନ୍‌ଟନ୍‌ ଫଲି ନରିମାନ୍‌ ଓ ଜଷ୍ଟିସ୍‌ ଭିନୀତ ସରନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି କୋର୍ଟ ଅବମାନନା ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ନିର୍ବାଚନ କମିଶନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ୭ ଦିନ ମଧ୍ୟରେ ନିଜର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe