ଓଡ଼ିଶାର ଭୋଟରଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ଶାହ

Advertisment
ଓଡ଼ିଶାର ଭୋଟରଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ଶାହ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶରେ ମତଦାନ ଜାରି ରହିଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅମିତ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ଓଡ଼ିଶାର ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କରିଛନ୍ତି। ସେ କହିଛନ୍ତି ଓଡ଼ିଶାର ଭୋଟର ଭଉଣୀ ଏବଂ ଭାଇମାନେ!

ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଉପରେ ଖରାପ ନଜର ପକାଇଛନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ। ଯେଉଁମାନେ ବିକାଶରେ ଓଡ଼ିଶାକୁ ପଛରେ ପକାଇଛନ୍ତି ସେମାନଙ୍କୁ ବିଦାୟ ଦେବାର ଉଚିତ ସମୟ।

ଏହି ସମୟରେ ଏଭଳି ସରକାର ଚୟନ କରିବା, ଯିଏକି ରାଜ୍ୟକୁ ବିକାଶ ଏବଂ ସମୃଦ୍ଧିର ପଥରେ ଆଗକୁ ନେଇପାରିବ।

କୁଶାସନ, ଭ୍ରଷ୍ଟାଚାର ଏବଂ ଦାଦନରୁ ରାଜ୍ୟକୁ ମୁକ୍ତି ଏବଂ ଓଡ଼ିଆ ଅସ୍ମିତାର ରକ୍ଷା କରିବାରେ ଆପଣଙ୍କ ପ୍ରତ୍ୟେକଟି ଭୋଟର ବଡ଼ ଯୋଗଦାନ ରହିବ।
ତେଣୁ, ନିଶ୍ଚିତ ଭୋଟ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe