ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ‘ସାଇନ୍‌ -ଏ-ଡାଏ’ ଘୋଷଣା କଲେ କଲେଜ କର୍ତ୍ତୃପକ୍ଷ

ଏଥର ବି ‌ହେବନି ଛାତ୍ର ସଂସଦ ନିର୍ବାଚନ

ପୁରୀ: ଉତ୍ତେଜନା ଓ ହିଂସାକୁ ଦୃଷ୍ଟିରେ ରଖି ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ବାତିଲ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଆଜି ‘ସାଇନ୍‌-ଏ-ଡାଏ’-ଘୋଷରା କରିଛନ୍ତି।

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି, ନିର୍ବାଚନ ବାତିଲ କରିବାର ପୂର୍ବରୁ ଆଜି କର୍ମଚାରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତତ ଆଲୋଚନା ହୋଇଥିଲା।

publive-image

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଛାତ୍ର ଉପସ୍ଥାନ କମ ଥିବାରୁ କିଛି ପିଲାଙ୍କର ପ୍ରାର୍ଥୀପତ୍ରକୁ ଅସ୍ୱୀକାର କରିଥିଲେ। ଫଳରେ ନାକାଚ ହୋଇଥିବା ପ୍ରାର୍ଥୀମାନେ ଅଧ୍ୟକ୍ଷଙ୍କୁ ଘେରିଥିଲେ। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେହିଭଳି ଗୁରୁବାର ରାତି ପ୍ରାୟ ୧୧ଟାରେ କଲେଜର ମହିଳା ଛାତ୍ରୀନିବାସ ଉପରକୁ ବୋମାମାଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe