କମଲନାଥଙ୍କୁ ଶିବରାଜଙ୍କ ପ୍ରଶ୍ନ, କହନ୍ତୁ ଆବେଦନ ନ କରି ମୋର ଭାଇଙ୍କ କୃଷି ଋଣ କେମିତି ଛାଡ଼ କରାଗଲା?

Advertisment
କମଲନାଥଙ୍କୁ ଶିବରାଜଙ୍କ ପ୍ରଶ୍ନ, କହନ୍ତୁ  ଆବେଦନ ନ କରି ମୋର ଭାଇଙ୍କ କୃଷି ଋଣ କେମିତି ଛାଡ଼ କରାଗଲା?

Zee News

ଭୋପାଳ: ମଧ୍ୟପ୍ରଦେଶରେ ଚାଷୀଙ୍କ ଋଣ ଛାଡକୁ ନେଇ ବୟାନବାଜୀ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିିଂହ ଚୌହାନ କଂଗ୍ରେସକୁ ଜବାବ ଦେବାକୁ ଯାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ଶିବରାଜ ସିଂହ ଚୌହାନ ଚାଷୀ ଋଣ ଛାଡ ଉପରେ କଂଗ୍ରେସକୁ ଜବାବ ଦେବାକୁ ଯାଇ କହିଛନ୍ତି, ସରକାର କହୁଥିଲେ, ମୋର ସାନ ଭାଇଙ୍କ ଋଣ ଛାଡ଼ ହୋଇଛି। କିନ୍ତୁ ନୋଡାଲ ଅଧିକାରୀଙ୍କ ନିକଟରେ ଯେଉଁ ତାଲିକା ରହିଛି, ସେଥିରେ ଚାଷୀଙ୍କ କୃଷି ଋଣ ତାଲିକା ରହିଛି। ଶିବରାଜ ସିଂହ କହିଛନ୍ତି, ରୋହିତ ଚୌହାନ ଆୟକର ଦେଇଥାନ୍ତି ଏବଂ ସେ ଚାଷୀ ଋଣ ଛାଡ଼ ପାଇଁ କେବେ ବି ଆବେଦନ କରି ନାହାନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରି ଶିବରାଜ କହିଛନ୍ତି, ମୋ ଉପରେ ସେତିକି ଦୟା ଦେଖାନ୍ତୁ ନାହିଁ। ମୋର ଭାଇ ଯେତେବେଳେ ଚାଷୀ ଋଣ ଛାଡ ପାଇଁ ଆବେଦନ କରି ନାହାନ୍ତି, କେମିତି ଋଣ ଛାଡ କରାଗଲା? ଆପଣ ବଲ୍ଲଭ ଭବନରେ ଅଚିନ୍ତାରେ ଶୋଇଛନ୍ତି କିନ୍ତୁ ଚାଷୀଙ୍କ ଅସୁବିଧା ଏବେ ବି ସମାଧାନ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe