ଭୁବନେଶ୍ବର: ଆଜି ପାଣ୍ଡିଆନଙ୍କୁ ଘେରିଲେ ଶ୍ରୀମୟୀ । କବିତା ଛାନ୍ଦରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କଲେ ଶ୍ରୀମୟୀ ମିଶ୍ର । ଅନ୍ୟ ମୁଣ୍ଡରେ ଅଠା ବୋଳ, ଏହା ହେଉଛି ତାମିଲ୍ ଖେଳ… କହି ପୁଣି ଘେରିଛନ୍ତି ଶ୍ରୀମୟୀ । ଗତକାଲି ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଥିଲେ । ଆଉ ଆଜି ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ।
/filters:format(webp)/sambad/media/media_files/2025/11/26/today-post-2025-11-26-11-10-10.jpg)
ଆହୁରି ପଢନ୍ତୁ- Friends Sets Fire: ଜନ୍ମଦିନ ପାଳନ କରିବାକୁ ଡାକିଲେ, ପେଟ୍ରୋଲ ଢ଼ାଳି ଜାଳିଦେଲେ
ଗତକାଲି ବର୍ଷିଥିଲେ
ଗତକାଲି ଶ୍ରୀମୟୀଙ୍କ ନିଶାନାରେ ଥିଲା ବିଜେଡି । ଯଦିଓ ସିଧା ସିଧା ନାଁ ନେଇ ଶ୍ରୀମୟୀ ଟାର୍ଗେଟ୍ କରି ନାହାନ୍ତି ମାତ୍ର ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଏବଂ ବିଜେଡିକୁ ନେଇ ବିସ୍ଫୋରଣ କରିବା ପରେ ପୁଣି ବିଜେଡିକୁ ଘେରିବାକୁ ଶ୍ରୀମୟୀ ମାରିଛନ୍ତି ଶକ୍ତ ବାଣ । ଏଥର ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଛନ୍ତି ।
ଆହୁରି ପଢନ୍ତୁ- Tampara is becoming a destination wedding spot: ତାମ୍ପରା ସାଜିଛି ଡେଷ୍ଟିନେସନ୍ ୱେଡିଂ ସ୍ପଟ୍
ଖାଲି ଆଜି ନୁହେଁ ଲଗାତାର କିଛି ମାସ ଧରି ଶ୍ରୀମୟୀଙ୍କ ଟାର୍ଗେଟରେ ବିଜେଡି ଓ ପାଣ୍ଡିଆନ ରହିଥିବା ବେଳେ ସେ ସବୁବେଳେ କିଛି ନା କିଛି ବିରୋଧୀ ପୋଷ୍ଟ କରୁଛନ୍ତି । ଗତକାଲି ଦେବାଶିଷ ସାମନ୍ତରାୟ ପଦବୀ ଛାଡିବା ଏବଂ ବିଜେଡିକୁ ବ୍ୟୁରୋକ୍ରାଟିକ୍ ଦଳ ବୋଲି ଦେବାଶିଷ କହିବା କଥାକୁ ଶ୍ରୀମୟୀ ବିଦ୍ରୋହର ବହ୍ନି ବୋଲି ଲେଖିଛନ୍ତି- ବିପ୍ଳବର ବହ୍ନି, ବିଦ୍ରୋହର ଆରମ୍ଭ, ବିନାଶର ଶଙ୍ଖନାଦ… କେତେବେଳେ ବିଜେଡିର ଟିମ୍ ଭାଇରସ ତ ପୁଣି କେତେବେଳେ ତାମିଲ୍ ଚାଟୁକାର୍ ଉପଖ୍ୟାନ ବଖାଣି ନିଶାନା କରୁଛନ୍ତି ଶ୍ରୀମୟୀ ।
/filters:format(webp)/sambad/media/media_files/2025/11/25/shreemayee-mishra-2025-11-25-19-59-14.jpg)
ନଭେମ୍ବର ୧୯ ତାରିଖରେ ବିଜୁ ବାବୁଙ୍କ ଫଟୋ ସହ ଏକ ପୋଷ୍ଟ କରିଥିଲେ ଶ୍ରୀମୟୀ । ଯେଉଁ କଥା ଗତକାଲି ଦେବାଶିଷ କହିଥିଲେ ସେହି କଥା ପୂର୍ବରୁ କହିଥିଲେ ଶ୍ରୀମୟୀ । ପୋଷ୍ଟ କରି ଲେଖିଥିଲେ-
"ଯେଉଁ ନେତାମାନେ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ଆଉ ବିଜୁବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ନିରବ କାହିଁକି ? ବିଜୁବାବୁଙ୍କ ନାମରେ ଗଠିତ ରାଜନୀତିକ ଦଳରେ ରହି ନିଜ ସ୍ବାଭିମାନ ଓ ଆଦର୍ଶ ସହ ସାଲିସ୍ କ'ଣ ପାଇଁ ? ଏବେ ପୁଣି କେଉଁ ଭୟ ଘାରିଛି ? ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ? କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି। ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ?"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/26/shreemayee-mishra-post-2025-11-26-11-10-56.jpg)