ଆମେଠି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ସ୍ମୃତି ଇରାନୀ

ଆମେଠି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସ୍ମୃତି ଇରାନୀ ସୋମବାର ଆମେଠି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଅନ୍ୟ ନେତାଙ୍କ ସହ ଇରାନୀ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗୌରୀଗଞ୍ଜସ୍ଥିତ ବିଜେପି କାର୍ଯ୍ୟାଳୟରୁ ଏକ ରୋଡ୍‌ ସୋ’ କରିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାଯଁ୍ୟାଳୟ ଠାରୁ ପ୍ରାୟ ୨୦୦ ମିଟର ପୂର୍ବରୁ ରୋଡ୍‌ ସୋ’କୁ ବନ୍ଦ କରା ଯାଇଥିଲା।

ଉତ୍ତରପ୍ରଦେଶ ମନ୍ତ୍ରୀ ମୟଙ୍କେଶ୍ୱର ଶରଣ ସିଂହ ଏବଂ ଇରାନୀଙ୍କ ସ୍ୱାମୀ ଜୁବିନ ଇରାନୀ ମଧ୍ୟ ଏହି ରୋଡ୍‌ ସୋ’ରେ ଯୋଗ ଦେଇଥିଲେ। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଏହି ଆସନରେ ଇରାନୀ ୨୦୧୯ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

କଂଗ୍ରେସ ଏପର୍ଯ୍ୟନ୍ତ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ରାହୁଲ ଗାନ୍ଧି ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳୀୟ କର୍ମୀମାନେ ବିଶ୍ୱାସ କରୁଛନ୍ତି। ମେ’ ମାସରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆମେଠିରେ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe