ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଏକ କୁନି ଝିଅ ସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଉଠାଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଝିଅଟି ବଡ଼ ହୋଇ ପ୍ରଧାନମନ୍ତ୍ରୀ ହେବାକୁ ଚାହେଁ ବୋଲି ଇରାନି ତାଙ୍କ ଟ୍ବିଟର୍ ପେଜ୍ରେ ଉଲ୍ଲେଖ କରିଛନ୍ତି।
ସ୍ମୃତି ଟ୍ବିଟର୍ରେ ଫଟୋ ସେୟାର୍ କରି ଲେଖିଛନ୍ତି, ‘ଏହି କୁନି ଝିଅ ଅଧିଶ୍ରୀଙ୍କୁ ଭେଟନ୍ତୁ। ଯିଏକି ବଡ଼ ହୋଇ ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହେବାର ଇଚ୍ଛା ରଖିଛନ୍ତି। ଭବିଷ୍ୟତରେ ତାଙ୍କ ପାଇଁ ମୁଁ ନିର୍ବାଚନ ପ୍ରଚାର କରିବି ବୋଲି ଆଜି ସେଣ୍ଟ୍ରାଲ୍ ହଲ୍ରେ ସ୍ପଷ୍ଟ କରୁଛି।’
ସେ ଝିଅଟିକୁ ଅତି ସ୍ନେହର ସହ ଧରି ଫଟୋ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଇରାନିଙ୍କ ଏହି ଟ୍ବିଟ୍କୁ ୧୩ ହଜାରରୁ ଉର୍ଧ୍ବ ଲୋକ ଲାଇକ୍ କରି ସାରିଲେଣି। ଏହା ସୋସିଆଲ୍ ମିଡିଆରେ ଲୋକପ୍ରିୟତା ହାସଲ କରିବାରେ ଲାଗିିଛି।
Follow Us