ରାଜନୀତିରେ ଯୋଗ ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ‌ସୋନୁ ସୁଦ

ରାଜନୀତିରେ ଯୋଗ ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ‌ସୋନୁ ସୁଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କର ନୂଆ ଚଳଚ୍ଚିତ୍ର ‘ଫତେହ’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ସୋନୁ ସୁଦ ଅଭିନେତା ହେବା ସହ ଜଣେ ଭଲ ଓ ଦୟାଲୁ ମଣିଷ ମଧ୍ୟ। ଇତିମଧ୍ୟରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ ବି କରିଛନ୍ତି। ଲୋକେ ତାଙ୍କର ଏଭଳି କାମ ପାଇଁ ଦେବତା ଭଳି ବି ପୂଜା କରୁଛନ୍ତି।

ଏହାକୁ ନେଇ ଅନେକଲୋକ ଅନୁମାନ କରୁଛନ୍ତି କି ସୋନୁ ବୋଧ ହୁଏ ରାଜନୀତିରେ ଯୋଗ ଦେବେ। ସମ୍ପ୍ରତି ସୋନୁ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ ସମସ୍ତଙ୍କ ମନରେ ଥିବା ପ୍ରଶ୍ନକୁ ସ୍ପଷ୍ଟ କରି ଦେଇଛନ୍ତି।

ସୋନୁ କହିଛନ୍ତି, ‘ମୋତେ ଦୁଇଥର ରାଜ୍ୟ ସଭା ସାଂସଦ ପଦ ପାଇଁ ଅଫର ମିଳିଛି, କିନ୍ତୁ ମୁଁ ଏହାକୁ ଗ୍ରହଣ କରି ନାହିଁ। ସବୁଠାରୁ ବଡ଼ କଥା ହେଲା ଯେ ମୋତେ ଉପମୁଖ୍ୟମନ୍ତ୍ରୀ ପାଇଁ ବି ସୁଯୋଗ ମିଳିଥିଲା। ଏମିତି କେତେ ବଡ଼ବଡ଼ ପଦ ପାଇଁ ଅଫର ମିଳିଥିଲେ ହେଁ ମୋତେ ଏହା ଉତ୍ସାହିତ କରେ ନାହିଁ। ମୁଁ ନିଜ ପଥରେ ଆଗକୁ ବଢ଼ିବାକୁ ଚାହେଁ। କାହା ଅଧୀନରେ କାମ କରିବାକୁ ଇଚ୍ଛା ରଖେ ନାହିଁ।’

ସୋନୁ ସୁଦ ଶେଷଥର ପାଇଁ ଅକ୍ଷୟ କୁମାରଙ୍କ ସହ ‘ସମ୍ରାଟ ପୃଥ୍ବୀରାଜ’ରେ କାମ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଚିତ ପଟାଙ୍ଗ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe