ଏସ୍‌ପି-ବିଏସ୍‌ପି ମେଣ୍ଟ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ୍‌: ଅମିତ ଶାହ

Advertisment
ଏସ୍‌ପି-ବିଏସ୍‌ପି ମେଣ୍ଟ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ୍‌: ଅମିତ ଶାହ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ହେବାକୁ ଥିବା ମେଣ୍ଟ ୨୦୧୯ ନିର୍ବାଚନରେ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ତେବେ ଏହି ମେଣ୍ଟକୁ ଆମେ ନିଶ୍ଚିତ ପରାସ୍ତ କରିବୁ ଏବଂ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥି କିମ୍ବା ରାୟବରେଲି ଲୋକସଭା ଆସନରୁ ଗୋଟିଏରେ ଜିତିବୁ ବୋଲି ଶାହ କହିଛନ୍ତି। ଶିବସେନା ଯଦି ଏନ୍‌୍‌ଡିଏରୁ ଓହରିଯିବାକୁ ଚାହିବ, ତା’ହେଲେ ଆମେ ମହାରାଷ୍ଟ୍ରରେ ଶିବସେନା ବିରୋଧରେ ଲଢ଼ିବୁ ଏବଂ ସେଠାରେ ବିଜେପିର ପୁଣି ଥରେ ବିପୁଳ ବିଜୟ ହେବ ବୋଲି ଶାହ କହିଛନ୍ତି। ପଶ୍ଚିମବଂଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଏବଂ କେରଳରେ ମଧ୍ୟ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe