ଆବଶ୍ୟକ ହେଲେ କଂଗ୍ରେସକୁ ସମର୍ଥନ ଦିଆଯିବ ବୋଲି କହିଲେ ଅଖିଲେଶ ଯାଦବ, କିନ୍ତୁ ମାୟାବତୀ ନୀରବ

Advertisment
'ବିଜେପି ଟିକା ମୁଁ ନେବି ନାହିଁ' କହିଥିଲେ ପୁଅ ଅଖିଳେଶ, ବାପା ମୁଲାୟମ ନେଲେ ଟିକା

photo-navbharattimes

ଲକ୍ଷ୍ନୌ: ଗତକାଲି ଲୋକସଭା ନିର୍ବାଚନ ୨୦୧୯ର ଏଗଜିଟ ପୋଲରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଫେରୁଥିବା ଅନୁମାନ କରାଯାଉଛି । ଏଗଜିଟ ପୋଲ ଫଳାଫଳ ଜଣାଯିବା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ସପା-ବସପା ମେଣ୍ଟ ଅଧିକ ଆସନ ପାଇବ। ଲୋକେ ଉତ୍ତର ପ୍ରଦେଶରେ ବିଜେପିକୁ ଅଲବିଦା କହିଛନ୍ତି। ଯଦି ବିଜେପି ସରକାର ଗଠନ କରିପାରିବ ନାହିଁ ଏବଂ କଂଗ୍ରେସ ସରକାର ଗଢ଼ିବାକୁ ଚାହିଁବ ତେବେ କଂଗ୍ରେସକୁ ସମର୍ଥନ ଦିଆଯିବ ବୋଲି ଅଖିଲେଶ ଯାଦବ କହିଛନ୍ତି ।

publive-image photo-navbharattimes

ଏଣେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଗାତାର ଭାବେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି ଏବଂ ଆଲୋଚନା ଜାରି ରଖିଛନ୍ତି। ତେବେ ଏହାଭିତରେ ବିଏସପି ସୁପ୍ରିମୋ କିନ୍ତୁ ନିଜର ମତ ଠିକ୍ ଭାବେ ରଖିନାହାନ୍ତି। ସେ ଆଜି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ଦଳର ଜଣେ ବରିଷ୍ଠ ନେତା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମାୟାବତୀ ଆଜି ଲକ୍ଷ୍ନୌରେ ହିଁ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe