Image Courtesy of TOI
ଅଯୋଧ୍ୟା: ତାଙ୍କ ଅଯୋଧ୍ୟା ଗସ୍ତରେ ଏସ୍ପି ଏବଂ ବିଏସ୍ପି ଲୋକେ ଅସୁଖୀ ବୋଲି ଦାବି କରି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ମନ୍ଦିର ନଗରୀକୁ ସେ ଯେତେ ଥର ଯାଆନ୍ତି ବିରୋଧୀ ଦଳଗୁଡ଼ିକ ବିଜୁଳି ଆଘାତ ପାଆନ୍ତି।
ଅଯୋଧ୍ୟାରେ ପୌର ନିର୍ବାଚନ ଅବସରରେ ଯୋଗୀ ନିଜର ପ୍ରଥମ ସର୍ବସାଧାରଣ ସଭାରେ କହିଛନ୍ତି: ସେମାନଙ୍କୁ ବିଜୁଳି ଆଘାତ ପରି ଆଘାତ ଲାଗୁଛି। କେତେକ ବ୍ୟକ୍ତି ଅଯୋଧ୍ୟା ନାମ ଶୁଣିଲେ ବିରକ୍ତ ହେଉଛନ୍ତି।
ବିଶ୍ୱକୁ ଦୀପାବଳି ଉତ୍ସବ ଦେଇଥିବା ସହରରେ ସବୁବେଳେ ଦୀପାବଳିକୁ ଉପେକ୍ଷା କରାଯାଉଛି।
ଦୀପାବଳୀକୁ ଜାକଜମକରେ ପାଳନ କରିବା ସକାଶ ତାଙ୍କ ସରକାର ଗତ ମାସରେ ଅଯୋଧ୍ୟାରେ ଉପସ୍ଥିତ ଥିଲେ।
ବାତୁଳପ୍ରାୟ ଜନଗଣଙ୍କୁ ସମ୍ବୋଧନ କରି ଯୋଗୀ ସ୍ଥାନୀୟ ସଙ୍ଗଠନର ନିର୍ବାଚନ ବିଗୁଲ ବଜାଇ ଅଯୋଧ୍ୟାର ହୃତ ଗୌରବ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ।
Image Courtesy of Indian Expressଅଯୋଧ୍ୟାରେ ଦୀପାବଳି ପାଳନ ଥିଲା ଅୟମାରମ୍ଭ। ଆମେ ଅଯୋଧ୍ୟାରେ ୧୩୭ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କଲୁ ବୋଲି କହି, ଯଦି ପୌର ନିର୍ବାଚନରେ ଲୋକେ ଗୈରିକ ଦଳକୁ ଭୋଟ୍ ଦିଅନ୍ତି ପବିତ୍ର ସହର ନିମନ୍ତେ ଅଧିକ ବିକାଶମୂଳକ ପ୍ରକଳ୍ପ ସକାଶ ସେ ପ୍ରତିଶ୍ରୁତି ଦେଇଥିଲେ।
ଫରିଦାବାଦର ରାଜକୀୟ ଇଣ୍ଟର୍ କଲେଜ୍ ପଡ଼ିଆରେ ଆୟୋଜିତ ରାଲି ଜନଗଣଙ୍କ ଜୟ ଶ୍ରୀରାମ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା। ‘ଯାଗୀଜୀ ଗୋଟେ କାମ କର, ମନ୍ଦିରର ନିର୍ମାଣ କର’ ସ୍ଲୋଗାନରେ ଗୈରିକ ପରିବେଶ ମୁଖରିତ ହୋଇଥିଲା। ଗୈରିକ ବସନଧାରୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ ଅନୁଷ୍ଠାନରେ ପକା ଯାଇଥିବା ତମ୍ବୁ, ମଞ୍ଚସଜା ସାମଗ୍ରୀ ଏବଂ ଅଯୋଧ୍ୟାର ‘ସନ୍ଥ ସମାଜ’ ପାଇଁ ପଡ଼ିଥିବା ଚୌକି ସବୁ ଗେରୁଆ ବର୍ଣ୍ଣ ଧାରଣ କରିଥିଲା। ସମର୍ଥକମାନେ ମଧ୍ୟ ଗେରୁ ବର୍ଣ୍ଣର ନେହେରୁ ଟୋପି ପିନ୍ଧିଥିଲେ। କେବଳ ଦଳର ଚିହ୍ନ ପଦ୍ମର ଧଳା କଟ୍-ଆଉଟ ଚିତ୍ରପଟ୍ଟର ବିରୋଧାଭାସ କରୁଥିଲା।
Image Courtesy of TOIନିକଟରେ ଗଠିତ ହୋଇଥିବା ଅଯୋଧ୍ୟା-ଫୈଜାବାଦ ପୌରପାଳିକା ପାଇଁ ଏହା ହେଉଛି ପ୍ରଥମ ନିର୍ବାଚନ। ଏହା ବ୍ୟତିରେକେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାମ ମନ୍ଦିର ମାମଲା ଉପସ୍ଥାପନ କରାଯିବାକୁ ଥିବାରୁ ଅଯୋଧ୍ୟାରେ ଦଳର ଶକ୍ତି ପ୍ରଦର୍ଶନ ମଧ୍ୟ ଗୁରତ୍ୱପୂର୍ଣ୍ଣ।
ସଭାସ୍ଥଳରେ ଉପସ୍ଥିତ ସାଧୁସନ୍ଥମାନଙ୍କୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଅଯୋଧ୍ୟାବାସୀଙ୍କ ଇଚ୍ଛାନୁସାରେ ଅଯୋଧ୍ୟାର ବିକାଶ ହେବ।
ଅଯୋଧ୍ୟାକୁ ବିକାଶ ଯୋଜନାରୁ ବଞ୍ଚିତ ରଖି ଲୋକଙ୍କ ପରିଚୟକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭୋଟ୍ ନ ଦେବାକୁ ସେ କହିଥିଲେ।
Image Courtesy of Firstpostପୂର୍ବ ସରକାର ଅଯୋଧ୍ୟାର ସାଂସ୍କୃତିକ ଉଚ୍ଛ୍ୱାସକୁ ନଷ୍ଟ କରିଛି। ମୁଖ୍ୟମନ୍ତ୍ରୀ କରାଯିବା ପରେ ରାମ ନବମୀର ଅଳ୍ପ ଦିନ ପୂର୍ବରୁ ସେ ଅଯୋଧ୍ୟା ଆସିଥିବାବେଳେ ସାଧୁସନ୍ଥମାନେ ତାଙ୍କୁ କହିଥିଲେ ରାମଙ୍କର ଜନ୍ମଭୂମିରେ ଦୀପାବଳି ବହୁଆଡ଼ମ୍ବରରେ ପାଳିତ ହେଉଥିଲା।
ଏବେ ଅଯୋଧ୍ୟା ମାତ୍ର ତିନି ଘଣ୍ଟା ପାଇଁ ବିଜୁଳି ଯୋଗାଣ ପାଉଛି। ଆମେ ୨୪ ଘଣ୍ଟା ବିଜୁଳି ଯୋଗାଇବୁ।
ରାଜ୍ୟ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ କହିଲେ ସଭାସ୍ଥଳକୁ ସମର୍ଥକଙ୍କ ଆଗମନ ଦର୍ଶାଉଛି ଯେ ଅଯୋଧ୍ୟାରେ ଦଳ ଜିଣିବ।
Follow Us