ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ ଟାର୍ଗେଟ: କହିଲେ, ଦେଶକୁ ପ୍ରଚାର ମନ୍ତ୍ରୀ ନୁହଁ, ପ୍ରଧାନମନ୍ତ୍ରୀ ଦରକାର

Advertisment
ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କୌଣସି ବଡ଼ ଦଳ ସହ ମେଣ୍ଟ କରିବ ନାହିଁ: ଅଖିଳେଶ ଯାଦବ

Zee News

ହରଦୋଇ (ଉତ୍ତରପ୍ରଦେଶ): ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦେଶକୁ ପ୍ରଚାର ମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ଦରକାର। ଉତ୍ତର ପ୍ରଦେଶର ହରଦୋଇ ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି, ଭାରତୀୟ ଜନତା ପାର୍ଟିର ନେତାମାନେ କହନ୍ତି ଯେ, ଆମେ (ସମାଜବାଦୀ ପାର୍ଟି) ଦେଶକୁ ମଜବୁତ ପ୍ରଧାନମନ୍ତ୍ରୀ ଦେଇ ପାରିବୁ ନାହିଁ। ମାତ୍ର ଆମେ ପ୍ରତିଶ୍ରୁତି ଦେଉଛୁ ଯେ, ଯେତେବେଳେ ଆବଶ୍ୟକ ପଡ଼ିଛି, ଦେଶକୁ ମେଣ୍ଟ ମଜବୁତ ଏବଂ ଭଲ ପ୍ରଧାନମନ୍ତ୍ରୀ ଦେଇଛି। ଆମକୁ ପ୍ରଚାର ମନ୍ତ୍ରୀ ନୁହଁ, ପ୍ରଧାନମନ୍ତ୍ରୀ ଦରକାର ଅଛି ବୋଲି ସମାଜବାଦୀ ପାର୍ଟିର ବରିଷ୍ଠ ନେତା କହିଛନ୍ତି।

ସେ କହିଛନ୍ତି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ ଦେଶରେ ମହାପରିବର୍ତ୍ତନ ଆଣିବା ପାଇଁ ଏକାଠି ହୋଇଛନ୍ତି। ଦେଶର ବିକାଶ ପାଇଁ ଏହି ମେଣ୍ଟ କାମ କରୁଛି। ବିଜେପିକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ଦୁଇ ବା ତିନି ଦଳ ଏକ ହୋଇଗଲେ, ଏହାକୁ ମହାମିଶ୍ରିତ କହୁଛନ୍ତି ଏବଂ ୩୮ଟି ଦଳ ଏକହୋଇ ରାଜୁତି କରୁଛନ୍ତି, ତାହାକୁ କେଉଁ ପ୍ରକାରର ମିଶ୍ରିତ କୁହାଯିବ।

ଅଖିଳେଶ କହିଛନ୍ତି, ଏହି ମେଣ୍ଟ ଗରିବ ପାଇଁ, ଗାଁରେ ରହୁଥିବା ଲୋକଙ୍କ ପାଇଁ, ଯେଉଁମାନଙ୍କୁ ସମ୍ମାନ ମିଳିପାରୁ ନାହିଁ। ଏହା ସେମାନଙ୍କର ମେଣ୍ଟ, ଯେଉଁମାନେ ଚାଷ କାମ କରୁଛନ୍ତି, ଝାଳବୁହାଇ ପରିଶ୍ରମ କରୁଛନ୍ତି, ସେହି ଲୋକଙ୍କ ପାଇଁ ଏହି ମେଣ୍ଟ ଗଠନ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe