ମହିଳା ଦିବସରେ ସମାଜବାଦୀ ପାର୍ଟିର ମହିଳା ପ୍ରୀତି, ଡିମ୍ପଲ ଯାଦବ ସମେତ ୩ ଜଣ ଆଶାୟୀ ପ୍ରାଥୀଙ୍କୁ ମିଳିଲା ଟିକେଟ୍‌

ମହିଳା ଦିବସରେ ସମାଜବାଦୀ ପାର୍ଟିର ମହିଳା ପ୍ରୀତି, ଡିମ୍ପଲ ଯାଦବ ସମେତ ୩ ଜଣ ଆଶାୟୀ ପ୍ରାଥୀଙ୍କୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁକ୍ରବାର ସମାଜବାଦୀ ପାର୍ଟି ମହିଳା ପ୍ରୀତି ଦେଖାଇଛି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ଦଳ ପକ୍ଷରୁ ଆଜି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ସଦ୍ୟତମ ତାଲିକାରେ ୩ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ଏଥିରେ ସାମିଲ ଅଛନ୍ତି ପାର୍ଟି ଅଧ୍ୟକ୍ଷ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ। ଡିମ୍ପଲଙ୍କୁ କନୌଜ ଲୋକସଭା ଆସନ ପାଇଁ ଟିକେଟ ମିଳିଛି। ଡିମ୍ପଲ ବର୍ତ୍ତମାନ ଏହି ଆସନରୁ ସାଂସଦ ଅଛନ୍ତି। ରାଜ୍ୟସଭା ସାଂସଦ ରବି ବର୍ମାଙ୍କ ଝିଅ ପୂର୍ବୀ ବର୍ମାଙ୍କୁ ଲୋକସଭା ଟିକେଟ ମିଳିଛି। ଲକ୍ଷ୍ମୀପୁର ଆସନରୁ ତାଙ୍କୁ ଟିକେଟ ମିଳିଥିବା ବେଳେ ହରଦୋଇ ଆସନରୁ ଉଷା ବର୍ମାଙ୍କୁ ଟିକେଟ ମିଳିଛି।

ଏହା ପୂର୍ବରୁ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି ହୋଇଛି। ପାର୍ଟି ପକ୍ଷରୁ ଏଯାଏଁ ୯ ଜଣଙ୍କୁ ଟିକେଟ ମିଳି ସାରିଛି। ପ୍ରଥମ ତାଲିକା ଅନୁସାରେ ମୁଲାୟମ ସିଂହ ଯାଦବ ମେନପୁରୀ ଲୋକସଭା ଆସନୁର ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ମୁଲାୟମ ସିଂହ ଆଜମଗଡ଼ରୁ ସାଂସଦ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe